ବେଲେଘାଟା ଆଇଡ଼ି ହାସପାତାଳରେ ଅଗ୍ନିକାଣ୍ଡ

କଲକାତା :  ଶୁକ୍ରବାର ସନ୍ଧ୍ୟାରେ କଲକାତାସ୍ଥିତ ବେଲେଘାଟା ଆଇଡ଼ି ହାସପାତାଳରେ ଅଗ୍ନିକାଣ୍ଡକୁ କେନ୍ଦ୍ରକରି ସାଧାରଣରେ ଆତଙ୍କ ଖେଳିଯାଇଥିଲେ ସୁଦ୍ଧା ଆଜିର ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ଘଟିନାହିଁ ବୋଲି ଦମକଳ ଓ ହାସପାତାଳ ପକ୍ଷରୁ କୁହାଯାଇଛି।
ହାସପାତାଳ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ସନ୍ଧ୍ୟାରେ ବେଲେଘାଟା ହାସପାତାଳର ଏକ ଷ୍ଟୋରରୁମ୍‌ରୁ ହଠାତ୍‌ ଧୂଆଁ ବାହାରିବା ଦେଖି ରୋଗୀଙ୍କ ଆତ୍ମୀୟ ମହଲରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେ ସଙ୍ଗେ ପୁଲିସ ଓ ଦମକଳକୁ ଖବର ଦିଆଯିବାଦ୍ବାରା ଦମକଳର ୫ଟି ଇଞ୍ଜିନ୍‌ ଆସିଥିଲା। ତେବେ ଦମକଳ ଆସିବା ମଧ୍ୟରେ ଷ୍ଟୋରରୁମ୍‌ରୁ ବାହାରୁଥିବା ଧୂଆଁ ଅଗ୍ନିକାଣ୍ଡ ରୂପ ନେବାଦ୍ବାରା ପ୍ରାୟ ଦୁଇଘଣ୍ଟା ମଧ୍ୟରେ ପରିସ୍ଥିତିକୁ ଦମକଳ କର୍ମୀମାନେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ଅଗ୍ନିକାଣ୍ଡ ଯୋଗୁଁ କୌଣସି ମୃତାହତ ଘଟି ନଥିଲେ ସୁଦ୍ଦା ଅଗ୍ନିକାଣ୍ଡକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଥିଲା। ଅଗ୍ନିକାଣ୍ଡରେ ଷ୍ଟୋରରୁମ୍‌ରେ ଗଚ୍ଛିତ ବହୁ ନଥି ଓ କାଗଜପତ୍ର ପୋଡ଼ି ଯାଇ ନଷ୍ଟ ହୋଇଯାଇଥିବା କୁହାଯାଇଛି। ତେବେ ଷ୍ଟୋରରୁମ୍‌ଟି ରୋଗୀ ୱାର୍ଡ଼ଠୁ କିଛିଟା ଦୂରରେ ଥିବାଦ୍ବାରା କୌଣସି ରୋଗୀଙ୍କ କ୍ଷତି ଘଟିନଥିବା କୁହାଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ନେଇ ପୁଲିିସ ତଦନ୍ତ ଆରମ୍ଭ କରିଥିବାବେଳେ ସମ୍ଭବତଃ ସର୍ଟ ସର୍କିଟ୍‌ ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଦମକଳକର୍ମୀମାନେ ମନେ କରୁଛନ୍ତି।

Comments are closed.