ଡାକ୍ତର ଧର୍ମଘଟ: ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ ମନାକଲେ କୋଲକାତା ହାଇକୋର୍ଟ

କୋଲକାତା: ସରକାରୀ ଡାକ୍ତରୀଖାନାଗୁଡ଼ିକର ଜୁନିୟର୍‍ ଡାକ୍ତରମାନଙ୍କ ଧର୍ମଘଟ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କର ପରିବାରର ସଦସ୍ୟମାନେ ଦୁଇ ଜଣ ଜୁନିୟର୍‍ ଡାକ୍ତରଙ୍କୁ ମାରଧର କରିବା ପ୍ରତିବାଦରେ ସେମାନେ ଧର୍ମଘଟ କରୁଛନ୍ତି।

ମୁଖ୍ୟ ବିଚାରପତି ଟି.ବି.ଏନ୍‍. ରାଧାକ୍ରିଷ୍ଣନ୍‍ ଓ ଜଷ୍ଟିସ୍‍ ସୁବ୍ରା ଘୋଷଙ୍କ ଖଣ୍ଡପୀଠ ଧର୍ମଘଟକାରୀ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା ଲାଗି ରାଜ୍ୟ ସରକାରଙ୍କୁ କହିଛନ୍ତି। ଗତ ସୋମବାର ଦିନ ରାତିରେ ଦୁଇ ଜଣ ଡାକ୍ତରଙ୍କ ଉପରେ ଆକ୍ରମଣ ହେବା ପରେ କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜଣାଇବାକୁ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି।

Comments
Loading...