ସ୍ୱଚ୍ଛତାରେ ପରିପୂର୍ଣ୍ଣ ତାଜପୁର

କଲକାତା ଠାରୁ ମାତ୍ର ୩ ଘଣ୍ଟାର ଦୂରତା ଗଲେ ଏକ (ସି ବିଚ) ସମଦ୍ର କୂଳ ରହିଛି ଯାହାର ନାମ ହେଉଛି ମନ୍ଦାରମନୀ। କଲକାତା ଠାରୁ ଏହି ବିଚକୁ ଯିବା ପାଇଁ ରାସ୍ତା ବେଶ ଆକର୍ଷଣୀୟ ଓ ସୌନ୍ଦର୍ୟ୍ୟମୟ ଅଟେ। ରାସ୍ତାର ଉଭୟ ପାଶ୍ୱର୍ରେ ସବୁଜ ଶ୍ୟାମଳ ଭରା ସବୁଜ କ୍ଷେତ ଭରି ରହିଛି। ଏହି ମନ୍ଦାରମନୀ ବିଚରେ ପହଞ୍ଚିବା ପରେ ଏଠାକାର ଶାନ୍ତ ପରିବେଶ ସଭିଁଙ୍କୁ ମନରେ ଆନନ୍ଦ ସଞ୍ଚାର କରିଥାଏ। ଏଠାରେ ଥିବା ଲାଲ ରଙ୍ଗର କଙ୍କଡ଼ା ପାଇଁ ମଧ୍ୟ ଏହା ଖୁବ ପ୍ରସିଦ୍ଧ ଅଟେ। ଭ୍ରମଣ ପାଇଁ ଏହାର ନିକଟରେ ଅନ୍ୟ କେତେକ ସ୍ଥାନ ମଧ୍ୟ ରହିଛି। ଜାଣନ୍ତୁ ତାହା କ’ଣ………
ଉଦୟପୁର –
ଏହା ମଧ୍ୟ ଏକ ସୁନ୍ଦରତମ ବିଚ ଅଟେ। ଏଠାକୁ ପର୍ୟ୍ୟଟକକୁ ଆସି ଖୁବ ଆନନ୍ଦିତ ହୋଇଥାଆନ୍ତି।
ଦିଘା –
ଦିଘାର ମଧ୍ୟ ଏକ ସୌନ୍ଦର୍ୟ୍ୟମୟ ସ୍ଥାନ ଅଟେ। ଏହି ବିଚରେ ଲୋକେ ବୁଲିବାକୁ ଖୁବ ପସନ୍ଦ କରିଥାଆନ୍ତି।
ତାଜପୁର –
ମେଦିନୀପୁରରେ ଥିବା ଏହି ସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ୟ୍ୟଟନସ୍ଥଳୀ ଅଟେ। ଏହାର ମୁଖ୍ୟ ଆକର୍ଷଣ ହେଉଛି ଏହା ସ୍ୱଚ୍ଛତାରେ ପରିପୂର୍ଣ୍ଣ ଏବଂ ଶସ୍ୟଶ୍ୟାମଳା ଭରା ଗଛଲତା, ଯାହା ଏହି ସ୍ଥାନର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ। ଏଠାରେ ଲାଲ କଙ୍କଡ଼ା ମଧ୍ୟ ଅଧିକ ଦେଖିବାକୁ ମିଳେ।
ଶଙ୍କରପୁର –
ଏହି ବିଚରେ ସୁର୍ୟ୍ୟୋଦୟ ଓ ସୂର୍ୟ୍ୟାସ୍ତର ଦୃଶ୍ୟ ମନରେ ଏକ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିଥାଏ। ଏହା ଏକ ଶାନ୍ତ ଓ ସୌନ୍ଦର୍ୟ୍ୟମୟ ସ୍ଥାନ ଅଟେ।
ଗମନାଗମନ ଦୃଷ୍ଟିରୁ ଏଠାକାର ନିକଟତମ ବିମାନବନ୍ଦର ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦର। ନିକଟତମ ରେଳ ଷ୍ଟେସନ ହେଉଛି ଦିଘା। ସେଠାରୁ ଟ୍ୟାକ୍ସିରେ ଯାଇପାରିବେ।

Comments are closed.