କୃଷ୍ଣନଗରରେ ହେବ ‘କନ୍ୟାଶ୍ରୀ ବିଶ୍ୱବିଦ୍ୟାଳୟ’

0

କଲକାତା : କୃଷ୍ଣନଗରରେ କନ୍ୟାଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ସ୍ଥାନୀୟ ପୌରସଭା ଏଥିପାଇଁ ଜମି ଚିହ୍ନଟ କରିଛି। ନିର୍ମାଣ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହେବ ସେଥିପାଇଁ ଜିଲା ପ୍ରଶାସକ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତମାସରେ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିବେ ବୋଲି କୃଷ୍ଣନଗର ଚେୟାରମ୍ୟାନ୍‍ ଅସୀମ ଶାହା କହିଛନ୍ତି। ସେ କହିଛନ୍ତି ଯେ ତେହେଟି ବିଧାୟକ ଗୌରୀଶଙ୍କର ଦତ୍ତଙ୍କ ନେତୃତ୍ୱରେ ସଂପ୍ରତି ଏହି କନ୍ୟାଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଭିତ୍ତିଭୂମି ତିଆରି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିପ୍ରତି ବିଶେଷ ଆଗ୍ରହୀ। ତାଙ୍କ ସ୍ୱପ୍ନର କନ୍ୟାଶ୍ରୀ ସଂପ୍ରତି ବିଶ୍ୱ ଦରବାରରେ ପଶ୍ଚିମବଙ୍ଗକୁ ପରିଚିତ କରାଇଛି। ତେଣୁ ସେହି କନ୍ୟାଶ୍ରୀ ନାମରେ ଏଭଳି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ମହିଳା ସମାଜର ବହୁମୁଖୀ ପ୍ରଗତିମୂଳକ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ଅନୁମୋଦନ କରିଥିବାବେଳେ ନିର୍ମାଣ କାର୍ଯ୍ୟ କେବଳ ଅପେକ୍ଷାରେ ରହିଛି।
ଜିଲାପାଳ ସୁମିତ ଗୁପ୍ତ ଏବଂ ଏସ୍‍ପି ରୂପେଶ କୁମାର ଏହି ବିଷୟରେ ସବିଶେଷ ଆଲୋଚନା କରିଛନ୍ତି। ସେମାନେ କୃଷ୍ଣନଗର ଆସି ପ୍ରସ୍ତାବିତ ଅଞ୍ଚଳକୁ ପରିଦର୍ଶନ କରି ରିପୋର୍ଟ ଦେଇଛନ୍ତି। କୃଷ୍ଣନଗର ସହର ନିକଟସ୍ଥ ଗୋଡ଼ାଭାଙ୍ଗା ଓ କାଳୀନଗର ସଂଯୋଗକାରୀ ରାସ୍ତା ପାର୍ଶ୍ବରେ ଏହି କନ୍ୟାଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଜମି ଅଧିଗ୍ରହଣ କ୍ଷେତ୍ରରେ ସମସ୍ୟା ନାହିଁ। ପୌରସଭାର ୧୪ଏକର ଜମି ଥିବାରୁ ସେଥିରୁ ୧୦ଏକର ଜମି ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ଲାଗିବ।
ଅବଶିଷ୍ଟ ୪ଏକର ଜମିରେ ପୌରସଭା ଶିକ୍ଷାମୁଖୀ ପରିକଳ୍ପନା ଗ୍ରହଣ କରିବ। ଆବଶ୍ୟକ ହେଲେ ଘରୋଇ

Leave A Reply