ମହିଳାଙ୍କ ଶବକୁ ନଦୀକୁ ଫିଙ୍ଗିଦେଲେ ପରିବାର

0

କୋକସରା : ଜନୈକା ଗର୍ଭବତୀ ମହିଳାଙ୍କ ଶବକୁ ସତ୍କାର କରିବା ବଦଳରେ ନଦୀରେ ଫିଙ୍ଗି ପରିବାର ଲୋକେ ଚାଲିଗଲେ । ମହିଳା ଜଣକ ଛତିଶଗଡ ରାଜ୍ୟର ଦେଭୋଗ ଥାନା ଅନ୍ତର୍ଗତ ଧୋଡରା ଗ୍ରାମର ।ତାଙ୍କୁ ରାୟଗଡ଼ା ଜିଲ୍ଲା ବିଷମକଟକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଗାଁକୁ ନେଇ ଶବ ସତ୍କାର କରିବା ବଦଳରେ ଧର୍ମଗଡ଼ ନିକଟସ୍ଥ ତେଲ ନଦୀରେ ଫିଙ୍ଗି ଦେଇଥିଲେ । ସକାଳେ ଖବର ପାଇ ଧର୍ମଗଡ଼ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଛି ।

Leave A Reply