ନାତିର ଠେଙ୍ଗା ମାଡ଼ରେ ଅଜା ମୃତ

0

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଚାରବାହାଲ ପଞ୍ଚାୟତର ଘୁମେରଗୁଡା ଠାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଜ ନାତିର ଠେଙ୍ଗାମାଡରେ ଅଜାର ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଗମ୍ଭାରୀଗୁଡା ଗ୍ରାମର ରବୀନ୍ଦ୍ର ଲହଜଲଙ୍କ ପୁତୁରା ଅନନ୍ତ ଲହଜଲ(୨୫)ଙ୍କର ଶନିବାର ଗାଁରେ ଏକ ବିବାହ ଭୋଜି ଚାଲିଥିଲା। କୌଣସି ଏକ କଥାକୁ ନେଇ ନିଜ ଅଜା ବୀର ଲହଜଲ(୭୦)ଙ୍କ ସାଙ୍ଗରେ ନାତି ଅନନ୍ତଙ୍କ ବଚସା ହୋଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ଅନନ୍ତ ଏକ ଠେଙ୍ଗାରେ ଅଜାର ମୁଣ୍ଡରେ ଶକ୍ତ ପ୍ରହାର କରିବା ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତଶ୍ରାବ ହୋଇଥିଲା। ଗୁରୁତର ବୀରଙ୍କୁ ଚିକିତ୍ସା ପାଇଁ କୋକସରା ଡାକ୍ତରଖାନା ଆଣିବାପରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୭ଟାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ନାତି ଅନନ୍ତ ମଧ୍ୟ ଗ୍ରାମ ଲୋକଙ୍କ ଧସ୍ତାଧସ୍ତିରେ ଆହତ ହୋଇ କୋକସରା ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଘଟଣା ସମ୍ପର୍କରେ କୋକସରା ପୁଲିସ ଖବରପାଇ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

Leave A Reply