MEllora 950×100

ଶିକ୍ଷୟିତ୍ରୀଙ୍କ ମହାନତା, ବିଦ୍ୟାଳୟକୁ ଦାନ କଲେ ଅର୍ଥ 

କୋକସରା  : ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ଚିର ସ୍ମରଣୀୟ କରିବା ପାଇଁ ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଅର୍ଥ ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କୋକସରା ବ୍ଲକ ଆମପାଣି ବୁଢାରଜା ମଧ୍ୟ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଝିଅ ପ୍ରଣତି ମହାପାତ୍ର ସମାଜରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ପାଇ ଥିବାବେଳେ ସୁଶିକ୍ଷ। ଲାଭ କରିଥିବା ବୁଢାରଜା ଉଚ୍ଚ ବିଦ୍ୟାଳୟକୁ ପହଞ୍ଚି ମୋ ସ୍କୁଲ ଅଭିଯାନ ଯୋଜନାକୁ ଅନୁଷ୍ଠାନର ଉନ୍ନତି ନିମନ୍ତେ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏହାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଗ୍ରହଣ କରିଥିଲେ। ବାପାଙ୍କ ଶେଷ ଇଛା କଥା ମନେ ପକାଇ ଆଗାମୀ ଦିନରେ ମଧ୍ୟ ବିଦ୍ୟାଳୟ ପାଇଁ କିଛି କରିବା ନେଇ ଶିକ୍ଷୟିତ୍ରୀ ପ୍ରଣତି କହିଛନ୍ତି । ସ୍ବର୍ଗତ ମହାପାତ୍ର ବୁଢାରଜା ଉଚ୍ଚ ବିଦ୍ୟାଳୟ ସ୍ଥାପନର ଅନ୍ୟତମ ମୁଖ୍ୟ ଉଦ୍ୟୋଗ କର୍ତ୍ତା ଥିଲେ। ତେଣୁ ତାଙ୍କ ପୁଣ୍ୟତିଥିକୁ ବିଦ୍ୟାଳୟ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥି ସହିତ ଶିକ୍ଷୟିତ୍ରୀ ପ୍ରଣତିଙ୍କୁ ମଧ୍ୟ ଆର୍ଥୀକ ଅନୁଦାନ ଓ ସହଯୋଗ ଦେଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ତଥା ଆଲୁମିନି ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.