ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରେ ଖେଳିବେନି କୋହଲି !

ନୂଆଦିଲ୍ଲୀ : ଆଗକୁ ବାଙ୍ଗଲାଦେଶ ବିପକ୍ଷରେ ହେବାକୁ ଥିବା ଟ୍ବେଣ୍ଟି-୨୦ ସିରିଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। କୋହଲି ଲଗାତାର ଭାବେ କ୍ରିକେଟ ଖେଳି ଆସୁଥିବାରୁ ତାଙ୍କୁ ବିଶ୍ରାମ ଦେବାପାଇଁ ଯୋଜନା ହେଉଥିବା ଜଣାପଡିଛି। ସୂଚନା ଅନୁସାରେ କେହାଲି ଦୀର୍ଘ ଦିନ ହେବ ଲଗାତାର ଭାବେ କ୍ରିକେଟ ଖେଳିଆସୁଛନ୍ତି। ତେଣୁ ତାଙ୍କ ଶରୀରକୁ ବିଶ୍ରାମର ଆବଶ୍ୟକତା ରହିଥିବାରୁ ତାଙ୍କୁ ପରବର୍ତ୍ତି ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରେ ବିଶ୍ରାମ ଦିଆଯିବ। କୋହଲି ଶେଷ ଥର ପାଇଁ ଚଳିତ ବର୍ଷ ଜାନୁଆରୀ ମାସରେ ଖେଳରୁ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ।

pic courtesy-sports munk

ଆସନ୍ତା ନଭେମ୍ବରରୁ ବାଂଲାଦେଶ ଭାରତ ଗସ୍ତରେ ଆସିବ। ଭାରତ ଓ ବାଂଲାଦେଶ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ ଓ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ଖେଳାଯିବ।

ନଭେମ୍ବର ୦୩(ରବିବାର)ରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ।

Comments
Loading...