କୋହଲିଙ୍କୁ ଅଭିନନ୍ଦନ ଜଣାଇଲେ ଇମ୍ରାନ ଖାନ

0

ନୂଆଦିଲ୍ଲୀ : ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜରେ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ଦଳକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଏହିକ୍ରମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଐତିହାସିକ ବିଜୟ ପରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଥିଲା। କୋହଲି ବାହିନୀକୁ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟିଥିଲା।  ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାୟିଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଦଳକୁ ଏହି ବିଜୟ ପାଇଁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ। ସେହିପରି ପୂର୍ବତନ ଅଧିନାୟକ, କ୍ରିକେଟର ଏବଂ କ୍ରୀଡା ସଂଗଠନଠାରୁ ଆରମ୍ଭ କରି ଅନେକ କ୍ରିକେଟ ପ୍ରେମୀ ଦଳକୁ ଅଭିନନ୍ଦନ ଜଣାଇ ଥିଲେ।

ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ୨-୧ରେ ପରାସ୍ତ କରି ଦୀର୍ଘ ୭୨ ବର୍ଷ ପରେ ସିରିଜ୍‌ ଜିତିବାରେ ସକ୍ଷମ ହୋଇଛି।

Leave A Reply