କୋହଲି ମୋର ଟାର୍ଗେଟ : ପ୍ୟାଟ୍ କମିନ୍ସ

ସିଡନୀ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୧୭ରୁ ଆଡିଲେଡ୍‌ରେ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବାର ଆଶା କରାଯାଉଛି । ଏହି ମ୍ୟାଚଟି ଦିବାରାତ୍ର ହେବ । କୋହଲି ଦିବା-ରାତ୍ର ଟେଷ୍ଟ ପରେ ସ୍ୱଦେଶ ଫେରି ଆସିବେ । ତେଣୁ ଏହି ମ୍ୟାଚ୍‌ରେ କୋହଲିଙ୍କ ୱିକେଟ ମୁଖ୍ୟ ଟାର୍ଗେଟ ହେବ ବୋଲି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ କହିଛନ୍ତି । କୋହଲି ହେଉଛନ୍ତି ଭାରତୀୟ ଦଳର ଅଧିନାୟକ ।ତେବେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଖୁବଶୀଘ୍ର ତାଙ୍କର ୱିକେଟ୍ ନେବା ମୋର ମୁଖ୍ୟ ଲକ୍ଷ୍ୟ ହେବ ବୋଲି କମିନ୍ସ କହିଛନ୍ତି ।

Comments are closed.