ନୂଆବର୍ଷ ପାଳିବାକୁ ଅନୁଷ୍କାଙ୍କ ସହ ସିଡ୍‌ନୀରେ କୋହଲି

0

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ ଟେଷ୍ଟରେ ବିଜୟୀ ହୋଇ ଭାରତୀୟ କ୍ରିକେଟ ଦଳ ଚଳିତ ସିରିଜରେ ୨-୧ରେ ଆଗୁଆ ରହିଥିବାବେଳେ ଆସନ୍ତା ୩ରୁ ସିଡ୍‌ନୀରେ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବ। ଏହି ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ନୂଆବର୍ଷ ପାଳନ କରିବାକୁ ପତ୍ନୀ ଅନୁଷ୍କାଙ୍କ ସହ ସିଡ୍‌ନୀରେ ପହଞ୍ଚିଛନ୍ତି। ଅନୁଷ୍କାଙ୍କ ସହ ନିଜର ଫଟୋକୁ କୋହଲି ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ଭାରତୀୟ ଦଳକୁ ପ୍ରୋତ୍ସାହିତ କରିବାକୁ ଅନୁଷ୍କା ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅବସ୍ଥାନ କରୁଛନ୍ତି।

Leave A Reply