ବ୍ରାଡମ୍ୟାନ, ପଣ୍ଟିଂଙ୍କୁ ଟପିଲେ କୋହଲି

0

ଲଣ୍ଡନ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ବିଜୟୀ ହେବାପରେ ଅଧିନାୟକ ବିରାଟ କୋହଲି ଆଉ ଏକ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ଟେଷ୍ଟ ଅଧିନାୟକ ଭାବେ ନିଜ ଦଳ ଜିତିଥିବା ମ୍ୟାଚରେ ୨୦୦ କିମ୍ବା ତଦୁର୍ଦ୍ଧ୍ବ ରନ ସ୍କୋର କରିଥିବା ପ୍ରସଙ୍ଗରେ କୋହଲିଙ୍କୁ ଏହି ମାନ୍ୟତା ମିଳିଛି। କୋହଲି ମୋଟ ୭ ଥର ଏହି ସ୍ଥିତିରେ ପହଞ୍ଚିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ସାର୍‍ ଡନ ବ୍ରାଡମ୍ୟାନ ଓ ରିକି ପଣ୍ଟିଂ ପ୍ରତ୍ୟେକ ୬ ଥର ଲେଖାଏଁ ଏହି କୃତିତ୍ୱ ହାସଲ କରିଥିଲେ। ଅନ୍ୟ ଭାରତୀୟ ଟେଷ୍ଟ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନି ୨୦୧୩ ଚେନ୍ନଇ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୨୪ ରନ ସ୍କୋର କରିଥିବାବେଳେ ଭାରତ ଏହି ଟେଷ୍ଟ ଜିତିଥିଲା।

Leave A Reply