ଭାରତୀୟ ବୋଲରଙ୍କୁ କୋହଲିଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଶନିବାରଠାରୁ ଆରମ୍ଭ ହୋଇଥିବା ୨ୟ ଟେଷ୍ଟମ୍ୟାଚ୍‌ର ପ୍ରଥମ ଦିନ ଭାରତୀୟ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଯଶପ୍ରୀତ ବୁମ୍‌ରା, ଆର୍‌. ଅଶ୍ବିନ ଓ ମହମ୍ମଦ ସିରାଜ୍‌ଙ୍କ ବୋଲିଂ ସଫଳତା ବଳରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ପିତୃତ୍ବ ଛୁଟିନେଇ କୋହଲି ଭାରତ ଫେରି ଆସିଥିବା ବେଳେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଶନିବାର ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ବୁମ୍‌ରା ୪ଟି, ଅଶ୍ବିନ ୩ଟି ଓ ମହମ୍ମଦ ସିରାଜ୍ ୨ଟି ୱିକେଟ ନେବାରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନ୍‌କରି ଅଲ୍ଆଉଟ ହୋଇଯାଇଛି। ଭାରତୀୟ ଖେଳାଳିଙ୍କୁ ପ୍ରଶଂସାକରି ଟ୍ବିଟର ଜରିଆରେ କୋହଲି ଲେଖିଛନ୍ତି- ଆମ ପାଇଁ ପ୍ରଥମଦିନ ଚମତ୍କାର ରହିଛି। ଆମ ବୋଲର ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ ଏବଂ ଆମ ବ୍ୟାଟ୍‌ସମ୍ୟାନ୍‌ ଦୃଢ଼ତାର ସହ ଦିନର ଅନ୍ତଃ ଘଟାଇଥିଲେ।

Comments are closed.