ଦିନିକିଆ ବ୍ୟାଟିଂ ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ତରଫରୁ ଗୁରୁବାର ଜାରି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୂର୍ବପରି ଶୀର୍ଷ ସ୍ଥାନରେ ରହିଛନ୍ତି। କୋହଲି ୮୭୧ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରୋହ​‌ିତ ଶର୍ମା ୮୫୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ ଜନି ବେୟାରଷ୍ଟୋ ଶୀର୍ଷ ୧୦କୁ ଫେରିଛନ୍ତି। ବେୟାରଷ୍ଟୋ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଭଲ ପ୍ରଦର୍ଶନ କରି ୭୫୪ ପଏଣ୍ଟ ସହ ୧୦ମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଆଲେକ୍ସ କ୍ୟାରେଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ମ୍ୟାକ୍‌ସୱେଲ୍‌ ୫ଟି ସ୍ଥାନ ଉପରକୁ ଉଠି ୨୬ନଂରେ ରହିଥିବା ବେଳେ କ୍ୟାରେ ୧୧ଟି ସ୍ଥାନ ଉପରକୁ ଉଠି ୨୮ନଂରେ ରହିଛନ୍ତି।
ବୋଲିଂ ମାନ୍ୟତାରେ ଇଂଲଣ୍ଡର କ୍ରିସ୍‌ ୱକ୍‌ସ ୩ଟି ସ୍ଥାନ ଉପରକୁ ଉଠି ୪ନଂରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ ଓ ଭାରତର ଯଶପ୍ରୀତ୍‌ ବୁମରା ପୂର୍ବପରି ଶୀର୍ଷ ଦୁଇଟି ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ୱକ୍‌ସ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍‌ ହାଲେଜଉଡ୍‌ ମାନ୍ୟତାର ୧୫ଟି ସ୍ଥାନ ଉପରକୁ ଉଠି ୧୫ନଂରେ ରହିଛନ୍ତି।

Comments are closed.