ଧୋନିଙ୍କ ସମକକ୍ଷ ହେବା ଦ୍ବାରରେ କୋହଲି

ଅହମ୍ମଦାବାଦ : ଆସନ୍ତା ୪ରୁ ଏଠାରେ ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତର ନେତୃତ୍ବ ନେବା ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହେବେ ବିରାଟ କୋହଲି। ୬ ବର୍ଷ ଧରି ଧୋନିଙ୍କ ଅଧୀନରେ ଭାରତ ୬୦ଟି ଟେଷ୍ଟମ୍ୟାଚ୍‌ ଖେଳିଛି; ଯାହା ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ସର୍ବାଧିକ। ଏବେ ୫୯ଟି ଟେଷ୍ଟରେ ଭାରତର ନେତୃତ୍ବ ନେଇଥିବା ବିରାଟ କୋହଲି ୪ର୍ଥ ଟେଷ୍ଟ ଖେଳିଲେ ​‌େଧାନିଙ୍କ ସମକକ୍ଷ ହେବେ। ଭାରତ ଯଦି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲରେ ପହଞ୍ଚେ;​ ତେବେ ୬୧ ମ୍ୟାଚ୍‌ ସହ କୋହଲି ସର୍ବାଧିକ ଟେଷ୍ଟମ୍ୟାଚ୍‌ରେ ଭାରତର ନେତୃତ୍ବ ନେବାର ରେକର୍ଡ ହାସଲ କରିବେ। ଧୋନିଙ୍କ ନେତୃତ୍ବରେ ଭାରତ ୬୦ଟି ଟେଷ୍ଟମ୍ୟାଚ୍‌ ଖେଳି ୨୭ଟି ମ୍ୟାଚ୍‌ରେ ଜିତିଛି। ଭାରତର ସଫଳତମ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ଭାରତ ୫୯ଟି ଟେଷ୍ଟମ୍ୟାଚ୍‌ ଖେଳି ୩୫ଟି ଜିତି ୧୪ଟି ହାରିଥିବା ବେଳେ ୧୦ଟି ମ୍ୟାଚ୍‌ ଡ୍ର ରହିଛି। ଧୋନି ଓ କୋହଲିଙ୍କ ପରେ ସୌରଭ ଗାଙ୍ଗୁଲି ୪୯ଟି ଏବଂ ମହମ୍ମଦ ଆଝାରୁଦ୍ଦିନ ଓ ସୁନୀଲ ଗାଭାସ୍କରଙ୍କ ଅଧୀନରେ ଭାରତ ୪୭ଟି ଟେଷ୍ଟମ୍ୟାଚ୍‌ ଖେଳିଛି।

Comments are closed.