ଟେଷ୍ଟରେ କୋହଲିଙ୍କ ୧୦୦ କ୍ୟାଚ୍‌ ପୂରଣ

କେପ୍‌ଟାଉନ୍‌ : ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ଏଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ର ୨ୟ ଦିନରେ ମହମ୍ମଦ ସାମିଙ୍କ ବଲ୍‌ରେ ସ୍ଲିପ୍‌ରେ ତେମ୍ବା ବାଭୁମାଙ୍କ କ୍ୟାଚ୍‌ ନେଇ କୋହଲି ଟେଷ୍ଟ କ୍ରିକେଟ୍‌ରେ ୧୦୦ କ୍ୟାଚ୍ ପୂରଣ କରିଛନ୍ତି। ଫଳରେ ୱିକେଟ ରକ୍ଷକଙ୍କୁ ଛାଡ଼ି ଜଣେ ଫିଲ୍‌ଡର ଭାବେ ୧୦୦ ଟେଷ୍ଟ କ୍ୟାଚ୍‌ ପୂରଣ କରିବାରେ କୋହଲି ୬ଷ୍ଠ ଭାରତୀୟ। ତାଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ତଥା ଏବେ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡ଼ ଟେଷ୍ଟମ୍ୟାଚ୍‌ରେ ୨୧୦ଟି, ଭିଭିଏସ୍‌ ଲକ୍ଷ୍ମଣ ୧୩୫ଟି, ସଚିନ ତେନ୍ଦୁଲକର ୧୧୫ଟି, ସୁନୀଲ ଗାଭାସ୍କର ୧୦୮ଟି ଓ ମହମ୍ମଦ ଆଝାରୁଦ୍ଦିନ ୧୦୫ଟି କ୍ୟାଚ୍‌ ନେଇଥିଲେ।

Comments are closed.