ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ : ଚର୍ଚ୍ଚରେ ପଶି ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା

ନାଇସି‌ : ଫ୍ରାନ୍ସର ନାଇସି ସହରରେ ଏକ ଚର୍ଚ୍ଚ ଭିତରେ ପଶି ଜଣେ ଆତଙ୍କବାଦୀ ୩ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫ୍ରାନ୍ସର ନାଇସି ସହରରେ ଥିବା ନୋଟ୍ରେ ଡ୍ୟାମ ଚର୍ଚ୍ଚରେ ହଠାତ ଜଣେ ଆତଙ୍କବାଦୀ ପଶି ସେଠାରେ ଉପସ୍ଥିତ ଥିବା ଜଣଙ୍କ ପରେ ଜଣେ ଲୋକଙ୍କୁ ଛୁରୀ ଭୁସି ଚାଲିଥିଲା । ଆକ୍ରମଣକାରୀ ଜଣଙ୍କ ଜଣେ ମହିଳାଙ୍କ ଗଳା କାଟି ଦେବା ସହ ଛୁରୀ ଭୁସି ୩ ଜଣଙ୍କୁ ହତ୍ୟା କରିଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । କେତେଜଣ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି ।

ତେବେ ଘଟଣାସ୍ଥଳରେ ପୁଲିସ ଓ ଫ୍ରାନ୍ସର ଆତଙ୍କ ନିରୋଧୀ ବାହିନୀର ଯବାନମାନେ ପହଞ୍ଚି ଅଞ୍ଚଳକୁ ସମ୍ପୁର୍ଣ୍ଣ  ସିଲ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି । ଆତଙ୍କବାଦୀକୁ ପୋଲିସ ଗିରଫ କରିଥିବା ବେଳେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ମେୟର କ୍ରିଷ୍ଟିଆନ ଏଷ୍ଟ୍ରୋସି କହିଛନ୍ତି । ତେବେ ଏହି ଆକ୍ରମଣର କାରଣ ସମ୍ପର୍କରେ ସଠିକ ତଥ୍ୟ ଜଣାପଡିନଥିଲେ ମଧ୍ୟ  ଏହା ଚାର୍ଲି ହେବଡୋ ଘଟଣା ସହ ସମ୍ପର୍କିତ କି ନା, ସେ ସଂପର୍କରେ ପୁଲିସ ଯାଞ୍ଚ କରୁଛି।

Comments are closed.