ଜନ ସମ୍ପର୍କ ଶିବିର, ୨୯୦ଟି ଜଙ୍ଗଲ ଜମି ପଟା ବଣ୍ଟନ କଲେ ମନ୍ତ୍ରୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ତହସିଲ କାର୍ଯ୍ୟାଳୟ ପରିସରରେ ଜନ ସମ୍ପର୍କ ଶିବିର ବା ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୯୦ଟି ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ। ବିଡ଼ିଓ ସୁଧାକର ରଇତ ଓ ତହସିଲଦାର ଦେବାଶିଷ କର ମଞ୍ଚାସିନ ରହିଥିଲେ। ଏଥିରେ ପୂଜାରୀଗୁଡା, ମାଝୀଗୁଡା, ପଲମା ଓ ସୁନାଖଣ୍ଡି ପଞ୍ଚାୟତର ପ୍ରାୟ ୨୯୦ଟି ଜଙ୍ଗଲ ଜମି ପଟା ବଣ୍ଟନ କରିଥିଲେ। ତହସିଲ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଜେଡି ଦଳୀୟ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.