ହାର୍ଦିକଙ୍କୁ କେଏଲ୍‍ ରାହୁଲଙ୍କ ପରାମର୍ଶ: ‘ପୁଅକୁ ଅଲରାଉଣ୍ଡର କର’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ ଦଳର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା କିଛିଦିନ ଏକ ପୁତ୍ର ସନ୍ତାନର ବାପା ହେବାର ସୌଭାଗ୍ୟ ହାସଲ କରିଛନ୍ତି। ହାର୍ଦିକଙ୍କ ଭାଇ ତଥା କ୍ରିକେଟର୍‍ କ୍ରୁନାଲ୍‍ ପାଣ୍ଡ୍ୟା ନବଜାତକ ସହ ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଇନ୍‍ଷ୍ଟାଗ୍ରାମ୍‍ରେ ପୋଷ୍ଟ କରିଥିଲେ। ଏଥିରେ କ୍ରୁନାଲ୍‍ ଲେଖିଥିଲେ ‘କ୍ରିକେଟ୍‍ ସଂପର୍କରେ ଆଲୋଚନା ହେଉ’। କ୍ରୁନାଲ୍‍ଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି ଅନ୍ୟତମ ଭାରତୀୟ କ୍ରିକେଟର୍‍ ତଥା ହାର୍ଦିକଙ୍କ ବେଶ୍‍ ଭଲ ବନ୍ଧୁ ଭାବେ ଜଣାଶୁଣା କେଏଲ୍‍ ରାହୁଲ। ରାହୁଲ ଲେଖିଛନ୍ତି ପୁଅକୁ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ଗଢ଼ି ତୋଳିବାକୁ ହାର୍ଦିକଙ୍କୁ ଅନୁରୋଧ। ହାର୍ଦିକ ଓ ରାହୁଲଙ୍କ ମଧ୍ୟରେ ୨୦୧୬ରୁ ନିବିଡ଼ ବନ୍ଧୁତା ରହି ଆସିଛି। ଉଭୟ ଭାରତୀୟ କ୍ରିକେଟ୍‍ ଦଳର ପ୍ରମୁଖ ସଦସ୍ୟ ଭାବେ ଜଣାଶୁଣା।

Comments are closed.