ସମସ୍ତ ପ୍ରସ୍ତୁତି ଶେଷ; ଆଉ କିଛି ସମୟ ପରେ ଜନ୍ମ ଜନ୍ମର ସାଥୀ ହେବେ ରାହୁଲ-ଆଥିୟା

ମୁମ୍ବାଇ: ମଣ୍ଡପ ସଜା ସରିଛି। ବିବାହର ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା, ଆଉ ତା’ପରେ ସବୁଦିନ ପାଇଁ ଏକ ହୋଇଯିବେ ଅଭିନେତ୍ରୀ ଆଥିୟା ସେଟ୍ଟୀ ଓ କ୍ରିକେଟର କେଏଲ ରାହୁଲ। ଆଜି ୨୩ ଜାନୁଆରୀ ଅର୍ଥାତ୍ ସେହି ତାରିଖ, ଯେଉଁଦିନ ବିବାହ ବନ୍ଧନରେ ଆବଦ୍ଧ ହେବେ ଏହି ଯୋଡ଼ି। ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ କେବଳ କିଛି ହାତ ଗଣତି ଲୋକଙ୍କ ଉପସ୍ଥିତିରେ ଆଥିୟା ଓ କେଏଲ ରାହୁଲଙ୍କ ବାହାଘର ହେବ।
ଅନ୍ୟ ସେଲିବ୍ରିଟିମାନଙ୍କ ଭଳି ଏ ଦୁହିଁଙ୍କ ବିବାହରେ ମଧ୍ୟ ‘ନୋ ଫୋନ୍’ ବ୍ୟବସ୍ଥା ରହିବ। ବିବାହ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନଙ୍କୁ ସାମାଜିକ ଗଣମାଧ୍ୟମରେ କୌଣସି ଫଟୋ ଓ ଭିଡିଓ ପୋଷ୍ଟ କରିବାକୁ ଅନୁମତି ଦିଆଯିବ ନାହିଁ। ମିଳିଥିବା ସୂଚନା ମୁତାବକ, ବିବାହରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ତାଲିକାରେ ସଲମାନ ଖାନ, ଶାହରୁଖ ଖାନ୍, ଅକ୍ଷୟ କୁମାର ଓ ବିରାଟ କୋହଲୀଙ୍କ ନାମ ମଧ୍ୟ ସାମିଲ ଅଛି। ବିବାହ ପରେ ଖାସ୍ ଲୋକମାନଙ୍କ ପାଇଁ ରିସେପ୍ସନ ରଖାଯିବ, ଯେଉଁଥିରେ କ୍ରିକେଟ ଓ ବଲିଉଡ଼ ଜଗତର ଅନେକ ତାରକା ଯୋଗ ଦେବେ।
ଅପରପକ୍ଷେ, ଆଥିୟା-ରାହୁଲଙ୍କ ବିବାହର ଏହି ଖାସ୍ ଅବସରରେ ଅଭିନେତା ଅଜୟ ଦେବଗନ ସୁନୀଲ ସେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ବିଟରରେ ରାହୁଲ ଓ ଆଥିୟାଙ୍କ ଫଟୋ ଶେୟାର କରି ସେ ନିଜ ବନ୍ଧୁ ସୁନୀଲ ସେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ନୂଆ ଯୋଡ଼ିଙ୍କୁ ଆଶୀର୍ବାଦ ଦେଇଛନ୍ତି।
Congratulations to my dear friends @SunielVShetty & #ManaShetty for their daughter @theathiyashetty’s marriage to @klrahul. Here’s wishing the young couple a blissful married life. And, Anna, here’s a special shout-out to you on this auspicious occasion.
❤️ Ajay pic.twitter.com/n2po9KfPdo— Ajay Devgn (@ajaydevgn) January 23, 2023
Comments are closed.