ଆଇପିଏଲ୍-୨୦୨୦ : ଟସ୍ ଜିତି କଲକାତାର ବ୍ୟାଟିଂ ନିଷ୍ପତ୍ତି

ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୨ତମ ମ୍ୟାଚ ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ଇୟାନ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜିର ମ୍ୟାଚ୍ ପୂର୍ବରୁ କଲକାତା ନାଇଟ୍‌ ରାଇଡର୍ସ ଦଳରେ ଏକ ବଡ ପରିବର୍ତ୍ତନ କରାଯାଇଥିଲା । ୨୦୨୦ ଆଇପିଏଲ ଆରମ୍ଭରୁ କଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ପଦ ସମ୍ଭାଳୁଥିବା ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଅଧିନାୟକତ୍ୱ ଛାଡିଥିଲେ । ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ୨୦୧୯ରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଇୟାନ ମୋର୍ଗାନ କଲକାତା ନାଇଟ୍‌ ରାଇଡର୍ସ ଦଳର ଅଧିନାୟକ ପଦ ସମ୍ଭାଳିଛନ୍ତି ।

Comments are closed.