ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ୧୪୯ରନର ବିଜୟ ଲକ୍ଷ୍ୟ ରଖିଲା କଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୨ତମ ମ୍ୟାଚ ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ୧୪୯ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। କଲକାତା ପାଟ କମିନ୍‌ସଙ୍କ ଅପରାଜିତ ଲଢୁଆ ଅର୍ଦ୍ଧଶତକ ବଳରେ ୫ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଛି। ସେହିଭଳି ଅଧିନାୟକ ଇଅନ ମୋର୍ଗାନ ୩୯ ରନ ସଂଗ୍ରହ କରିଛନ୍ତି।

Comments are closed.