ନୃଶଂସ ବାପା ; ଅଢ଼େଇ ବର୍ଷର ଝିଅକୁ କଚାଡ଼ି ମାରିଲା

0

କନ୍ଧମାଳ : ନିଶା ଓ କ୍ରୋଧ ଯେ ମଣିଷକୁ କେତେ ନିଷ୍ଠୁର ଓ ନୃଶଂସ କରି ଦିଏ ତାହାର ଏକ ଉଦାହରଣ କନ୍ଧମାଳରେ ଦେଖବବାକୁ ମିଳିଛି । ବାପା ନିଜ କୋମଳମତି ସନ୍ତାନକୁ କଚାଡ଼ି ମାରି ଦେଇଛି । କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣାକ୍ରମରେ ବାପା ନିଜ ୨ବର୍ଷର ଝିଅକୁ କଚାଡ଼ି ମାରି ଦେଇଛି । ଦାରିଙ୍ଗବାଡି ଥାନା ଅଞ୍ଚଳର ମୁଣ୍ଡୁଡ଼ାବାଲି ଗ୍ରାମରେ ଏହି ଘଟଣା ଘଟଛି ।
ଘଟଣାରୁ ପ୍ରକାଶ ଯେ,ଅରବିନ୍ଦ ପ୍ରଧାନ ନିଶା ସେବନ କରି ଆସି ଶୁକ୍ରବାର ସନ୍ଧ୍ୟାରେ ନିଜ ପତ୍ନୀ କୁମଳିନୀ ପ୍ରଧାନ(୩୦)କୁ ମାରି ଗୋଡାଇ ଥିଲେ । କୁମଳିନୀ ପ୍ରାଣ ବିକଳରେ ଦୌଡି ପଳାଇଥିଲେ। ଏହି ସମୟରେ ହିତାହିତ ଜ୍ଞାନ ଭୁଲି ଅରବିନ୍ଦ ଘର ଅଗଣାରେ ଖେଳୁଥିବା ଝିଅ ରିତିମାକୁ ଟାଣି ଆଣି ତା’ ଗୋଡ ଦୁଇଟିକୁ ଧରି ତଳେ କଚାଡ଼ି ଦେଇଥିଲେ । ଛୋଟ ଝିଅଟି ଅଚେତ ହୋଇପଡିଥିଲା । ସଙ୍ଗେ ସଙ୍ଗେ ତାକୁ ବାଲିଗୁଡା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ଝିଅର ମୁଣ୍ଡ ସ୍କାନ କରିବା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତାର ହାତ ବଢାଇଥିଲା । ତେବେ ଏହି ସବୁ ବ୍ୟବସ୍ଥା ଭିତରେ କୋମଳମତି ଝିଅଟି ସେହି ବାଲିଗୁଡାରେ ଆଖି ବୁଜିଛି ।

Leave A Reply