ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି

କେକେ ବେଣୁଗୋପାଳଙ୍କୁ ଏକ ବର୍ଷ ପାଇଁ ଭାରତର ଆଟର୍ଣ୍ଣି ଜେନେରାଲ ଭାବରେ ପୁନଃ ନିଯୁକ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସିନିୟର ଆଡଭୋକେଟ୍ କେକେ ବେଣୁଗୋପାଳଙ୍କୁ ଚଳିତ ବର୍ଷ ଜୁଲାଇ ୧ରୁ ଏକ ବର୍ଷ ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ୍ ଭାବରେ ନିଯୁକ୍ତି ମିଳିଛି।

ସେହି ବିଜ୍ଞପ୍ତି ଅନୁଯାୟୀ ତୁଷାର ମେହେଟ୍ଟାଙ୍କୁ ୩ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବରିଷ୍ଠ ଓକିଲ ଚେତନ ଶର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟ ପାଇଁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି।

କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ବର୍ତ୍ତମାନ କାର୍ଯ୍ୟରତ ପାଞ୍ଚ ଜଣ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ ସୁପ୍ରିମକୋର୍ଟରେ ଆଉ ୩ ବର୍ଷ ପାଇଁ ପୁନଃ ନିଯୁକ୍ତ କରିଛି। ଏହି କମିଟି କୋଲକାତା ହାଇକୋର୍ଟ ପାଇଁ ଜାହଙ୍ଗୀର ଦସ୍ତୂର, ଦିଲ୍ଲୀ ହାଇକୋର୍ଟ ପାଇଁ ଚେତନ ଶର୍ମା, ମାଡ୍ରାସ ହାଇକୋର୍ଟ ପାଇଁ ଆର. ଶଙ୍କର ନାରାୟଣ, ପାଟନା ହାଇକୋର୍ଟ ପାଇଁ ଡଃ କୃଷ୍ଣ ନନ୍ଦନ ସିଂ ଏବଂ ଗୁଜୁରାଟ ହାଇକୋର୍ଟ ପାଇଁ ଦେବଙ୍ଗ ଗିରିଶ ବ୍ୟାସଙ୍କୁ ୩ ବର୍ଷ ପାଇଁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି।

Comments are closed.