ଆରମ୍ଭ ହେବ ଆଇଆଇଏମ-ସମ୍ବଲପୁରର ନୁଆଦିଲ୍ଲୀ କ୍ୟାମ୍ପସ

ବୁର୍ଲା: ଆର୍ନ୍ତଜାତିକ ବିଶ୍ୱବିଦ୍ୟାଳୟ ସହଯୋଗରେ ଦୈତ୍ୟ ଡ଼ିଗ୍ରୀ ପାଠ୍ୟକ୍ରମ ସମ୍ବଲପୁର ପରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ(ଆଇଆଇଏମ-ସମ୍ବଲପୁର) ନୁଆଦିଲ୍ଲୀ ଠାରେ ଏକ ନୂତନ କ୍ୟାମ୍ପସ ଆରମ୍ଭ କରିବ। ଦକ୍ଷିଣ ଦିଲ୍ଲୀର ବସନ୍ତକୁଞ୍ଜ ଠାରେ ଆଇଏସଆଇଡ଼ି ପରିସରରୁ ଏହି ପ୍ରସ୍ତାବିତ କ୍ୟାମ୍ପସରେ ସ୍ୱଳ୍ପକାଳିନ ଏବଂ ନିୟମିତ ଏକଜିକ୍ୟୁଟିଭ ଏବଂ ଅନ୍ୟାନ୍ୟ ପ୍ରବନ୍ଧନ ପାଠ୍ୟକ୍ରମ ପ୍ରଚଳନ କରାଯିବ। କାର୍ୟ୍ୟରତ ପ୍ରଫେସନାଲ, ଏକଜିକ୍ୟୁଟିଭ ଏବଂ ଉଦ୍ୟୋଗୀମାନେ ନୂଆ କ୍ୟାମ୍ପସରେ ଓ ଆର୍ନ୍ତଜାତିକ ବିଶ୍ୱବିଦ୍ୟାଳୟ ସହଯୋଗରେ ଏହି ଡ଼ିଗ୍ରୀ ପାଇଁ ସପ୍ତାହନ୍ତରେ ଅଧ୍ୟୟନ କରିପାରିବେ।

ସମ୍ବଲପୁର ଆଇଆଇଏମର ଏହି ପଦକ୍ଷେପକୁ କେନ୍ଦ୍ର ଶିକ୍ଷାରାଷ୍ଟ୍ର ମନ୍ତ୍ରୀ ଡ ସୁବାଷ ସରକାର ପ୍ରଶଂସା କରିଛନ୍ତି। ଷ୍ଟାଟ-ଅଫ୍ ବାତାବରଣକୁ ପ୍ରୋତ୍ସାହିତ କରିବାରେ ଆଇଆଇଏମ-ସମ୍ବଲପୁରର ଅନ୍ୱେଷଣ, ଅର୍ନ୍ତଭୁକ୍ତିକରଣ ଏବଂ ଏକାଗ୍ରତା ପ୍ରତିଫଳନ ସହିତ ଉଦ୍ୟୋଗ କ୍ଷେତ୍ରରେ ନୂତନ ନେତୃତ୍ୱ ସୃଷ୍ଟି କରିବାର ପ୍ରାଥମିକ ଲକ୍ଷ ହାସଲ ପାଇଁ ପଥ ପରିଷ୍କାର ହେବ। ବିଭିନ୍ନ ସମାସ୍ୟାର ପ୍ରତିକାର ପାଇଁ ବୈଷିକ, ମାନସିକ ଏବଂ ନୁତନ ପଦକ୍ଷେପ ପାଇଁ ଆଇଆଇଏମର ଏମବିଏ ପାଠ୍ୟକ୍ରମ ଭବିଷ୍ୟତ ନେତୃତ୍ୱ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲ ଜି-୨୦ ସନ୍ଦର୍ଭରେ କହିଛନ୍ତି ଯେ ସମ୍ବଲପୁରର ଆଇଆଇଏମ ଶିକ୍ଷାଦାନ ଗବେଷଣା ଏବଂ ଉଦ୍ଭାବନକୁ ଗୁରିତ୍ୱ ଦେଉଛି। ଏହି ସଂସ୍ଥାନରେ ସମାନ ସଂଖ୍ୟକ ଛାତ୍ର ଏବଂ ଛାତ୍ରୀଙ୍କ ଉପସ୍ତିତି ଉଲ୍ଲେଖନିୟ ବିଷୟ। ସଂସ୍ଥାନ ରାଜ୍ୟର ୩୦ ହଜାର ବିଶ୍ୱସ୍ତରିୟ ବୁଣାକାରଙ୍କୁ ବଜାର ସଂଯୋଗ ଦେବା ପାଇଁ ଡ଼ିଜିଟାଲ ମଞ୍ଚ ତିଆରି କରିଛି। ବିଶ୍ୱସ୍ତରିୟ ପ୍ରବନ୍ଧନ ଶିକ୍ଷା ପ୍ରଦାନ ସକାଶେ ସମ୍ବଲପୁରର ଆଇଆଇଏମ ଦେଶର ଛାତ୍ରଛାତ୍ରୀ ଏବଂ ପ୍ରଫେସନାଲ ମାନଙ୍କୁ ସହାୟକ ହେଉଛି।

କାର୍ୟ୍ୟକ୍ଷେତ୍ରରେ ସର୍ବନିମ୍ନ ତିନିବର୍ଷର ଅଭିଜ୍ଞତା ଥିବା ପ୍ରଫେସନାଲ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ହାଇବ୍ରିଡ଼ ଏମବିଏ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ସେ ସୁଚନା ଦେଇଥିଲେ। ସଂସ୍ଥାନର ଦିଲ୍ଲୀ ଶିକ୍ଷାକେନ୍ଦ୍ରରେ ଏହି ପାଠ୍ୟକ୍ରମ ପ୍ରଚଳନ କରାଯିବ। ଏହି ଡିଗ୍ରୀ ସକାଶେ ଏହି ବର୍ଗଙ୍କ ପାଇଁ ଫ୍ରାନ୍ସର ବୋର୍ଡ଼ିୟକ୍ସ ବିଶ୍ୱବିଦ୍ୟାଳୟ, ପେରିସର ସୋରବୋନ ବିଜିନେସ ସ୍କୁଲ, କନସୋରଟିୟମ ଅଫ୍ ବିଶ୍ୱବିଦ୍ୟାଳୟ ପେରିସକୁ ସାମିଲ କରାଯାଇଛି।

Comments are closed.