କିୱିରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

ବିଦେଶୀ ଫଳ ‘କିୱି’ ଏବେ ଭାରତୀୟ ଫୁଡ୍‌ଷ୍ଟୋର୍‌ରେ ସହଜରେ ଉପଲବ୍ଧ। ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଉଥିବା ଏଇ ଫଳ ସୌନ୍ଦର୍ଯ୍ୟ ଚର୍ଚ୍ଚା ନିମନ୍ତେ ମଧ୍ୟ ସହାୟକ।
– ବିଶେଷଜ୍ଞଙ୍କ ମତରେ ନିୟମିତ ଗୋଟିଏ କିୱି ଖାଇଲେ ଆମ ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ। ଭିଟାମିନ୍ ଇ ଭରପୂର ଏଇ ଫଳ ତ୍ବଚା ଭାଙ୍ଗ ଦୂର କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ଫାଇବର୍ ଯୋଗାଏ।
– କିୱିରେ ମହଜୁଦ୍ ଥିବା ପୋଷକତତ୍ତ୍ବ କେଶ ଝଡ଼ା କମ୍ କରିବା ସହ ରୁପି ସମସ୍ୟା ଦୂର କରିବାରେ ସହାୟକ ହେଉଥିବାର ପ୍ରକାଶ।
– ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ କିୱି ଫଳ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

Comments are closed.