ଅସହାୟଙ୍କୁ ସହାୟ କିସ୍‍ ଫାଉଣ୍ଡେସନ୍‍; ଚାରି ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା

ଭୁବନେଶ୍ୱର: ବିଭିନ୍ନ ସମୟରେ ବାପା-ମା ଛେଉଣ୍ଡ କିମ୍ବା ଅନ୍ୟ କୌଣସି କାରଣରୁ ଅସହାୟ ହୋଇପଡୁଥିବା ଗରିବ ପିଲାମାନଙ୍କୁ କିସ୍‍ ଫାଉଣ୍ଡେସନ୍‍ ସହାୟତା କରିଆସିବା ସହ ସେମାନଙ୍କର ଶିକ୍ଷା ଦାୟିତ୍ୱ ଗ୍ରହଣ କରିଆସୁଛି। ନିକଟରେ କେନ୍ଦୁଝର ଜିଲ୍ଲା ବାଲିବରେଇ ପଞ୍ଚାୟତର ୪ ଭାଇଭଉଣୀ ସରିତା ମୁର୍ମୁ, ସୀତା ମୁର୍ମୁ, ମିଥୁନ ମୁର୍ମୁ ଓ ରାହୁଲ ମୁର୍ମୁଙ୍କୁ ସେମାନଙ୍କର ବାପା-ମା ଛାଡି ଚାଲିଯିବା ପରେ ସେମାନେ ଅସହାୟ ହୋଇପଡିଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି। କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ କିସ୍‍ରେ ସେମାନଙ୍କ ପାଠପଢା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି। କରୋନା କାଳ ଶେଷ ହେଲେ ଏବଂ କିସ୍‍ ଖୋଲିବା ପରେ ସରକାରୀ ନିୟମ ଅନୁସାରେ କିସ୍‍ରେ ସେମାନଙ୍କ ନାମ ଲେଖାଯିବ। କିସ୍‍ ଖୋଲିବା ପର୍ଯ୍ୟନ୍ତ ଅସହାୟ ଚାରି ଭାଇ ଭଉଣୀଙ୍କ ଚଳିବାରେ ଯେପରି କିଛି ଅସୁବିଧା ନ ହୁଏ, ସେଥିପାଇଁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। କିସ୍‍ ଫାଉଣ୍ଡେସନ୍‍ ଓ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‍ ପ୍ରଶଂସା କରିଛନ୍ତି।

 

Comments are closed.