କଟାହାତରେ ପରିବାର ପୋଷଣ ଚିନ୍ତା : କିସ୍‍ ଫାଉଣ୍ଡେସନ୍‍ ବଢାଇଲା ସହାୟତାର ହାତ, ମାସକୁ ମିଳିବ ୨ ହଜାର ଟଙ୍କା

ଫୁଲବାଣୀ : କଟାହାତରେ ପରିବାର ପୋଷଣ ଚିନ୍ତା। ଆଜି ନୁହେଁ କି କାଲି ନୁହେଁ ,ଦୀର୍ଘ ୬ ବର୍ଷ ହେଲା ଏଭଳି ପରିସ୍ଥିତିରେ ଗତି କରୁଛନ୍ତି ଜଣେ ୩୮ ବର୍ଷର ଯୁବକ ସୋମଶେ କହଁରଙ୍କର। ଘରେ ବୃଦ୍ଧ ବାପା-ମାଆ ସହିତ ଜଣେ ଅବିବାହିତ ଭଉଣୀ। ଘର କହିଲେ କାନ୍ଥ ଭାଙ୍ଗିଯିବା ସହିତ ବର୍ଷା ହେଲେ ପାଣି ଗଳୁଛି। ଝାଟିମାଟି ଘର ସହିତ ପରିବାର ଚଳାଇବା ଚିନ୍ତା ଘାରିଛି ଜଣେ ୨ କଟାହାତର ଯୁବକଙ୍କୁ।

ପରିବାର ଚଳାଇବା କଷ୍ଟହେବାରୁ ଗତ ୬ ବର୍ଷତଳେ କିଛି ରୋଜଗାର ଆଶାରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଡ଼ାଗାରିପଦର ଗ୍ରାମର ସମେଶ କହଁର ବ୍ରହ୍ୱପୁର ଯାଇଥିଲେ। ସେଠାରେ ବୋରିଙ୍ଗ୍‍ ଗାଡ଼ିରେ ଶ୍ରମିକ ଭାବେ କାମ କରୁଥିଲେ। କାମ କରି ସେଥିରେ ଯାହା କିଛି ରୋଜଗାର କରୁଥିଲେ ସେଥିରେ ସେ ଚଳିବା ସହିତ ବାପା-ମାଆ ପାଖକୁ ମଧ୍ୟ ଚଳିବା ପାଇଁ ପଠାଉଥିଲେ। ହେଲେ ବିଧିର ବିଧାନଥିଲା ଅଲଗା। ବୋରିଙ୍ଗ୍‍ ଗାଡ଼ିରେ ତଳେପଶି କାମ କରୁଥିବ ବେଳେ ଗାଡ଼ିର ଉପରିଭାଗ କରେଣ୍ଟ ତାର ଲାଗିଯିବାରୁ ସେଠାରେ ତାଙ୍କର ୨ ହତାର ସଂପୂର୍ଣ୍ଣଭାବେ ପୋଡ଼ିଯାଇଥିଲା। ଏଥି ସହିତ ଶରୀର ଅନେକ ଅଂଶ ମଧ୍ୟ ସେହି ସମୟରେ ପୋଡ଼ିଯାଇଥିଲା। ଜୀବନ ବଂଚିଗଲା ସତ କିନ୍ତୁ ଦେଇଗଲା ଅନେକ ସମସ୍ୟା। ଗତ ୬ ବର୍ଷ ହେଲା ସେ ନାନା ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ବୃଦ୍ଧା ଅବସ୍ଥାରେ ମଧ୍ୟ ବାପା-ମାଆ ଓ ବଡ଼ ଭାଇ ଓ ପରିବାରର ଅନ୍ୟ ସଦସ୍ୟମାନେ ସୋମେଶଙ୍କର ଦୈନନ୍ଦନ କାର୍ଯ୍ୟ କରିଛନ୍ତି। ତେବେ ଏହି ଖବର ପରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସୋମେଶଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି। ସାଂସଦଙ୍କ ଅନୁରୋଧ ପ୍ରକାର କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସୋମେଶଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇ ଆଜି କିସ୍‍ ଫାଉଣ୍ଡେସନ ପକ୍ଷରୁ ପ୍ରତିନିଧି ଭାଗିରଥି ସେଠୀଙ୍କ ସମେତ ଫିରିଙ୍ଗିଆ ସାଂସଦ ପ୍ରତିନିଧି ବିଷ୍ଣୁ ମଲିକ ଓ ଫିରିଙ୍ଗିଆ ବ୍ଳକ ସଂଯୋଜକ ସୁଶାନ୍ତ ବେହେରା ଅନ୍ୟମାନେ ସୋମେଶଙ୍କ ଘରେ ପହଞ୍ଚି ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହି ସହାୟତା ପାଇଁ ସୋମେଶ୍‍ ଓ ତାଙ୍କ ପରିବାର ବର୍ଗ ମଧ୍ୟ କନ୍ଧମାଳ ସାଂସଦ ତଥା କିସ୍‍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି।

ପ୍ରକାଶଯେ, ଏହି ଖବର ପ୍ରଥମେ ସମାଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ କନ୍ଧମାଳ ଜିଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟ୍‍ କନ୍ଧମାଳ ସୋମେଶଙ୍କ ପାଖରେ ପହଞ୍ଚି କିଛି ଆର୍ଥିକ ସହାୟତା ସହିତ ରାସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ। ସେହିଭଳି ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ମଧ୍ୟ ସୋମେଶକୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଆଜି କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସଯୋଯଗ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଆଉ କଣ ସାହାଯ୍ୟ କରାଯାଇ ପାରିବ ସେ ଦିଗରେ ମଧ୍ୟ କିସ୍‍ ଫାଉଣ୍ଡେସନ୍‍ ନିଶ୍ଚିତ ଭାବେ ଚେଷ୍ଟା କରିବ ବୋଲି ସୋମେଶଙ୍କୁ ପ୍ରତିଶୃତି ଦିଆଯାଇଛି।

Comments are closed.