କିଟ୍‍ ଓ ରୋଟାରୀ ମିଳିତ ଉଦ୍ୟମରେ କନ୍ଧମାଳରେ ପ୍ରତିଷ୍ଠା ହେବ ଚକ୍ଷୁ ଚିକିତ୍ସାଳୟ

ଭୁବନେଶ୍ୱର: କିଟ୍‍ ଓ ରୋଟାରୀ ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବ ବୋଲି ରୋଟାରୀ ଇଣ୍ଟରନ୍ୟାସ୍‍ନାଲ୍‍ର ସଭାପତି ଶେଖର ମେହଟା ଶନିବାର ସୂଚନା ଦେଇଛନ୍ତି। କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ଅବସରରେ ଶ୍ରୀ ମେହଟା ଏହା ଘୋଷଣା କରିଛନ୍ତି। କିଟ୍‍ ପରିସରରେ ଅନୁଷ୍ଠିତ ନଲେଜ ଟ୍ରି ବକ୍ତୃତାମାଳରେ ଉଦ୍‍ବୋଧନ ଦେବା ସହ ଶ୍ରୀ ମେହଟା କହିଥିଲେ ଯେ କିଟ୍‍ ଓ ରୋଟାରୀର ଆଭିମୁଖ୍ୟ ସମାନ ହୋଇଥିବାରୁ ମିଳିତ ଭାବେ ଜନସେବା ଉଦେଶ୍ୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବ। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସନ୍ତା ଏକବର୍ଷ ମଧ୍ୟରେ ଏହା ଜନସାଧାରଣଙ୍କ ଲାଗି ଉତ୍ସର୍ଗ କରାଯିବ। ଲୋକମାନେ ବିନାଦେୟରେ ଏଠାରେ ଚକ୍ଷୁ ଚିକିତ୍ସା କରାଇପାରିବେ ବୋଲି ସେ କହିଥିଲେ।

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆର୍ଟ ଅଫ୍‍ ଗିଭିଂ’ର ଗ୍ଲୋବାଲ୍‍ ଗୁଡ୍‍ ଉଇଲ୍‍ ଆମ୍ବାସାଡାର ଭାବେ ଶ୍ରୀ ମେହେଟା କାର୍ଯ୍ୟ କରିବେ ବୋଲି ଘୋଷଣା କରାଯାଇଥିଲା। ସେହିପରି ରୋଟାରୀ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ରୋଟାରିଆନ୍‍ ଭାବେ ପିନ୍‍ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଡିଷ୍ଟ୍ରିକ୍‍ଟ ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି, ଆରବିଏଲ୍‍ ବ୍ୟାଙ୍କର ମୁଖ୍ୟ ମାନବସମ୍ବଳ ଅଧିକାରୀ ଶାନ୍ତା ଭାଲୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.