ବତୁରାଇ ଖାଆନ୍ତୁ କିସମିସ୍ ; ମିଳେ ଆଶ୍ଚର୍ଯ୍ୟଜନକ ଲାଭ

କିସମିସ୍ କୁ ଅଧିକାଂଶ ଲୋକେ ମିଠା ଜିନିଷ ପ୍ରସ୍ତୁତିରେ ଓ ବିଭିନ୍ନ ପ୍ରକାର ମିଠାରେ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏହାର ସ୍ୱାସ୍ଥ୍ୟ ଚମତ୍କାରୀ ଲାଭ ବିଷୟରେ ହୁଏତ ସଭିଏଁ ଜାଣି ନଥିବେ। ଘରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କିସମିସ୍ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଶୁଖିଲା କିସମିସ୍ ବଦଳରେ ବତୁରା ଯାଇଥିବା କିସମିସ୍ ଖାଇବା ଦ୍ୱାରା ଏହାର ପୋଷକ ତତ୍ୱ ଦ୍ୱିଗୁଣିତ ହୋଇଥାଏ। ଜାଣନ୍ତୁ….
ଓଜନ ହ୍ରାସ ପାଇଁ ସଭିଁଙ୍କ ଇଚ୍ଛା। ଏଥିପାଇଁ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ କିସମିସ୍ ଖାଇ ଓଜନ ହ୍ରାସ କରିବା ଖୁବ ଆରାମଦାୟକ। କିସମିସ୍ ରେ ପ୍ରାକୃତିକ ମିଠା ଥିବାରୁ ଏହାକୁ ଖାଇବା ଦ୍ୱାରା ମିଠା ଜିନିଷ ଖାଇବାକୁ ଇଚ୍ଛା ହୋଇନଥାଏ। ବତୁରା ଯାଇଥିବା କିସମିସ୍ ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ରହେ। କ୍ୟାଲୋରୀ ମଧ୍ୟ ରହିନଥାଏ। ଏଥିରେ ଫାଇବର ରହିଛି। ଏହାକୁ ଖାଇବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ।
ବତୁରା ଯାଇଥିବା କିସମିସ୍ ଖାଇବା ଦ୍ୱାରା ଭିଟାମିନ ବି ଓ ସି ଭରପୁର ମାତ୍ରାରେ ରହିଛି। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଅନେକ ସଂକ୍ରମଣରୁ ମଧ୍ୟ ଶରୀରକୁ ଦୂରେଇ ରଖିଥାଏ।
ଏଥିରେ ଫାଇବର ରହିଛି। କୋଷ୍ଠକାଠିନ୍ୟ ଦୂର କରିଥାଏ। ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସହାୟକ ହୋଇଥାଏ।
ଏଥିରେ ଥିବା ପୋଷକ ତତ୍ୱ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଚକ୍ଷୁ ପାଇଁ ମଧ୍ୟ ବେଶ ଉପକାରୀ।
ବତୁରା ଯାଇଥିବା କିସମିସ୍ ଓ ଏହାର ପାଣି ପିଇବା ଯକୃତ ପାଇଁ ଖୁବ ଉପକାରୀ। ଏହା ଯକୃତକୁ ସ୍ୱଚ୍ଛ ରଖିବାରେ ସହାୟକ ହେବା ସହ ଅଦରକାରୀ ପଦାର୍ଥ ବାହାର କରିଥାଏ। ରକ୍ତକୁ ମଧ୍ୟ ପରିଷ୍କାର କରିଥାଏ।
ମହିଳାଙ୍କ ପାଇଁ କିସମିସ୍ ର ସେବନ ନିତାନ୍ତ ଆବଶ୍ୟକ। ୩୦ ବର୍ଷ ପରେ ମହିଳା ମାନେ ନିୟମିତ କିସମିସ୍ ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ୱ ମହିଳାଙ୍କୁ ହାଲିଆ ଅନୁଭବ ହେବାକୁ ଦେଇନଥାଏ। ହାଡ ମଜଭୂତ କରିଥାଏ। ନିରୋଗ ରଖିଥାଏ।

 

 

Comments are closed.