କିଶୋରନଗରରେ ହତ୍ୟାକାଣ୍ଡ ; ଦୁଇ ଗିରଫ

0

କିଶୋରନଗର : ଅନୁଗୋଳ କିଶୋରନଗର ଥାନା ହତାନାଲି ଗାଁରେ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଦାଶରଥି ବେହେରାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ସବୁଦିନ ଭଳି ଦାଶରଥି ଆଜି ବିଲକୁ କାମ କରିବାକୁ ଯାଇଥିଲେ । ତେବେ ମଧ୍ୟାହ୍ନରେ ଦାଶରଥିଙ୍କ କ୍ଷତ ବିକ୍ଷତ ମୃତଦେହ ଵିଲରେ ପଡିଥିବା କିଛି ଲୋକ ଦେଖି ତାଙ୍କ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ । ଖବର ପାଇ କିଶୋରନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଦାଶରଥିଙ୍କ ମୁଣ୍ଡରେ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ସଂଗବଧ ଭାବେ ଆକ୍ରମଣ କରି ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply