କିଶୋର ପଣ୍ଡାଙ୍କ ବିୟୋଗରେ କଂଗ୍ରେସର ଶୋକ

ଟିଟିଲାଗଡ଼ : ବରିଷ୍ଠ ଆଇନଜୀବୀ ତଥା ପିସିସି ଉପସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଟିଟିଲାଗଡ କଂଗ୍ରେସ ଦଳ ପକ୍ଷରୁ ଗଭିର ଶୋକ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ପୁର୍ତବିଭାଗ ଡାକବଙ୍ଗଲା ପରିସରରେ ରାଜ୍ୟ କଂଗ୍ରେସ ସେବାଦଳ ଉପସଭାପତି ଦେବାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଜଣେ ଛାତ୍ରନେତା, ଫୁଟବଲ ଖେଲାଳି, ଶ୍ରେଷ୍ଠ କ୍ରୀଡା ସଂଗଠକ, ଆଇନଜ୍ଞ, ରାଜନେତା ଭାବରେ ତାଙ୍କର ସୁନାମ ରହିଥିବା ନେତୃବୃନ୍ଦ ସ୍ମୃତିଚାରଣ କରିଥିଲେ। ଦଳର ଜିଲା କାର୍ଯ୍ୟକାରୀ ସଭାପତି ଡମ୍ବରୁ ଛତ୍ରିଆ, ଜିଲା ଉପସଭାପତି ତୁଲସି ସାହୁ, ବିକାଶ ପାଣିଗ୍ରାହୀ, ଜିଲା ସମ୍ପାଦକ ଝସକେନତ ଛତର, ପୁର୍ବ ବ୍ଲକ ଅଧ୍ୟକ୍ଷ ଅଭିମନ୍ୟୁ ସାହୁ, ବାଲକିଷନ ଦୀପ, ଚପଲା ରଣା, ଅଲେଖ ଜେନା, ମଧସୁଦନ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ। କୁମୁଡା ସୁରକ୍ଷା ସମିତି ସାଧାରଣ ସମ୍ପାଦକ ଉପେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.