କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ବୌଦ୍ଧ  : ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପରିଷଦର ସଭାପତି ଶମ୍ଭୁ ଗିରି ସଭାପତିତ୍ୱ କରିଥିଲେ । ସମ୍ପାଦକ କୃତ୍ତିବାସ ପଲିଆ, ସଂଯୋଜକ ପ୍ରଭାତ ଚନ୍ଦ୍ର ପ୍ରଧାନ, ଯୁବ ନେତା ସୁବୋଧ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମାହେଶ୍ୱରୀ ପୂଜକ ପୁରୁଷୋତ୍ତମ ମହାକୁଡ଼ ଉପସ୍ଥିତ ରହି ଫୋଟା ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ମହାନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ଥିବାବେଳେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ରାଜକୁମାର ପ୍ରଦାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.