ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତ୍ତରପ୍ରଦେଶର ଗୋରଖପୁରଠାରେ ସର୍ବଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଶୁଭ ଉଦ୍ଘାଟନ କରିବାକୁ ରହିଥିବାବେଳେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଶୁଭାରମ୍ଭ କରିବେ। ଏନେଇ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୁଚନା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ଶନିବାର ସନ୍ଧ୍ୟାରେ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚି ରାତ୍ରଯାପନ କରିବେ। ଆସନ୍ତା କାଲି ସକାଳ ୧୦.୩୦ ଘଟିକାରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ‘ଆସିଏଆର- ସେଣ୍ଟ୍ରାଲ ଇନ୍ସଷ୍ଟିଚ୍ୟୁଟ ଫର ଓମେନ ଇନ୍ ଏଗ୍ରିକଲଚର’ଠାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ଶ୍ରୀ ଶେଖାୱତ ଅପରାହ୍ନ ୪.୩୦ ଘଟିକାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Leave A Reply