କୀର୍ତ୍ତି ଭାଇ ପାଣ୍ଡ୍ୟା ଥିଲେ ଜଣେ ଅହଂକାରଶୂନ୍ୟ ମଣିଷ-ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କୀର୍ତ୍ତି ଭାଇ ପାଣ୍ଡ୍ୟାଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ପୂର୍ବତନ କର୍ମୀ ତଥା ବିଶିଷ୍ଟ ସାମାଜିକ କର୍ମୀ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କର ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ କୀର୍ତ୍ତି ଭାଇ ଜଣେ ଅହଂକାରଶୂନ୍ୟ ମଣିଷ ଥିଲେ। ଲୋକସେବକ ମଣ୍ଡଳର ଜଣେ ସଚ୍ଚା ସୈନକ ଭାବରେ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ନିଷ୍ଠାପର ଭାବେ କାର୍ଯ୍ୟ କରିଛନ୍ତି। ଏହିଭଳି ଜଣେ ମହାନ୍ ଦେଶସେବକଙ୍କୁ ଲୋକସେବକ ମଣ୍ଡଳ ଭୁଲି ପାରିବ ନାହିଁ। ମଣିଷକୁ ଆପଣାର କରିବାର କଳା ତାଙ୍କ ପାଖରେ ଥିଲା। ବରୋଦା ଠାରେ ଲୋକସେବକ ମଣ୍ଡଳର ପ୍ରଥମ ବୈଠକରେ ମୋର ତାଙ୍କ ସହ ପରିଚୟ ହୋଇଥିଲା। ପ୍ରଥମ ପରିଚୟରେ ସେ ମୋତେ ଉଦ୍‌ବୁଧ କରିଥିଲେ। ଏହିଭଳି ମଣିଷ ସମାଜରୁ କମି କମି ଯାଉଛନ୍ତି। ପରଲୋକଗତ ଆତ୍ମାର ଶାନ୍ତି କାମନା କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଡ. ଜ୍ଞାନେନ୍ଦ୍ର ଗଭୀର ସମବେଦନା ଜଣାଇଛନ୍ତି।

Comments are closed.