କିରଣମୟୀ ବାଲେଶ୍ବର +୨ ଟପ୍ପର

ବାଲେଶ୍ବର : ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ପୁଅଙ୍କୁ ପଛରେ ପକାଇ ପୁଣି ବାଜି ମାରିଛନ୍ତି ଝିଅ । ବାଲେଶ୍ବର ଜିଲାର କିରଣମୟୀ ବାରିକ ୫୪୮ନମ୍ବର ରଖି ବାଲେଶ୍ବର ଜିଲା ଟପ୍ପର ହୋଇଛନ୍ତି। ସେ ବାଲେଶ୍ବର ଜିଲା ବାହାନଗା ବ୍ଲକ ଗୋପାଳପୁର କଲେଜର ଛାତ୍ରୀ । ଏଥର ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦, ୭୧୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୦,୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୬୮୪ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ ହାର ୭୦. ୪ ପ୍ରତିଶତ ରହିଥିବା ବେଳେ ୭୫. ୦୨ ପ୍ରତିଶତ ଝିଅଙ୍କ ପାସ୍ ହାର ରହିଛି । ହାରାହାରି ଭାବରେ ପୁଅଙ୍କ ଠାରୁ ଝିଅ ଆଗରେ ରହିଛନ୍ତି ।

Comments are closed.