ଚଣ୍ଡୀଗଡରୁ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ କିରଣ ଖେର

ଚଣ୍ଡୀଗଡ.- ଲୋକପ୍ରିୟ ଟିଭି ତଥା ଚଳଚ୍ଚିତ୍ର କଳାକାର କିରଣ ଖେର ଚଣ୍ଡୀଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେର ତାଙ୍କ ସହତି ଉପସ୍ଥିତ ଥିଲେ ।

ଅନୁପମ ଖେରଙ୍କ ସହ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ , କିରଣ ଖେରଙ୍କ ପାଇଁ ପ୍ରଚାର କରିଛନ୍ତି । କିରଣ ଖେର ଏବେ ଚଣ୍ଡୀଗଡରୁ ସାସଂଦ ଅଛନ୍ତି । ତାଙ୍କ ବିପକ୍ଷରେ କଂଗ୍ରେସର ବରିଷ୍ଠ ନେତା ପଓ୍ୱନ କୁମାର ବଂଶଲ ପ୍ରାର୍ଥୀ ହୋଇଛନ୍ତି ।

Comments are closed.