ରାଜ୍ୟର ଭତ୍ତା ହିତାଧିକାରୀଙ୍କୁ ୪ ମାସ ପାଇଁ ୧ହଜାର ଟଙ୍କା ସହାୟତା

ମଧୁବାବୁ ପେନସନ ଯୋଜନାରେ କିନ୍ନର ସାମିଲ; ମିଳିବ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା

ଭୁବନେଶ୍ବର : ରାଜ୍ୟରେ କିନ୍ନର ମାନଙ୍କୁ ମିଳିବ ଭତ୍ତା । ରାଜ୍ୟରେ କିନ୍ନରମାନଙ୍କୁ ମଧୁବାକୁ ପେନ୍‌ସନ୍ ଯୋଜନାରେ ସାମିଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛିନ୍ତି। କିନ୍ନରମାନଙ୍କ ବୟସାନୁସାରେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ ବୋଲି ଜଣାପଡିଛି। ଏନେଇ କିନ୍ନରମାନେ ଅନଲାଇନ କିମ୍ବା ଅଫଲାଇନରେ ଆବେଦନ କରିପାରିବେ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା । ଏହି ଯୋଜନାରେ ରାଜ୍ୟର ପ୍ରାୟ ୬ହଜାର କିନ୍ନର ଉପକୃତ ହେବେ ବୋଲି ଜଣାଯାଇଛି ।

ଏଥି ସହିତ ରାଜ୍ୟର ୪୮ ଲକ୍ଷ ମଧୁବାବୁ ପେନ୍‌ସନ୍ ଉପଭୋତ୍ତାଙ୍କୁ ୪ ମାସ ପର୍ଯ୍ୟନ୍ତ ୧୦୦୦ ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଉପଭୋକ୍ତା ପାଇଁ ଦିଆଯିବାକୁ ଥିବା ଅର୍ଥ ଆସିସାରିଛି ଏବଂ ଖୁବ୍ ଶିଘ୍ର ଏହା ପ୍ରଦାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.