ଖଣ୍ଡଗିରି ଛକରେ ଜବରଦସ୍ତି ଟଙ୍କା ଆଦାୟ କରୁଥିବା କିନ୍ନରଙ୍କୁ ମାଡ ମାରିଲେ ଶତାଧିକ ଲୋକ

0

ଭୁବନେଶ୍ୱର.- ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରେ କିଛି ଦିନ ତଳେ ନାଗା ବାବାଙ୍କୁ କିନ୍ନରମାନେ ମାଡ ମାରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ସେଠାରେ ଉତ୍ପାତ କରୁଥିବା କିଛି କିନ୍ନରଙ୍କୁ ପୁଲିସ ଗିରଫ କରିଥିଲା । ରବିବାରରେ ଲୋକଙ୍କ ଠାରୁ ଜବରଦସ୍ତ ଟଙ୍କା ଛଡାଉଥିବା କିଛି କିନ୍ନରଙ୍କୁ ଉତ୍ତକ୍ତ ଲୋକ ମାଡ ମାରିଥିବା  ସୂଚନା ମିଳିଛି ।

କିନ୍ନରଙ୍କ କାମରେ ଲୋକମାନେ ଅତିଷ୍ଠ ହୋଇ ଏପରି  କରିଥିବା  ଜଣା ପଡିଛି । ଏହା କିଛି ଲୋକ କିନ୍ନରମାନଙ୍କର ଏକ ସ୍କୁଟରକୁ ପୋଡି ଦେଇଥିଲେ।  ପୁଲିସ ଘଟଣାସମ୍ପର୍କରେ ସୂଚନା ପାଇବା ପରେ ଲୋକଙ୍କ କବଳରୁ ୪ ଜଣ କିନ୍ନରଙ୍କୁ ଉଦ୍ଧାର କରି ଥାନାକୁ ନେଇଛି ।

Leave A Reply