କିନ୍ନରଙ୍କୁ ମିଳିଲା ସ୍ୱତନ୍ତ୍ର ପରିଚୟ ପତ୍ର

ବୌଦ୍ଧ: ବୌଦ୍ଧ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୨୨ ଜଣ କିନ୍ନରଙ୍କ ମଧ୍ୟରୁ ୮ ଜଣଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଇଛି। କିନ୍ନର ଅଧିନିୟମ ୨୦୧୯ ଅନୁଯାଇ କିନ୍ନରମାନେ ତାଙ୍କ ପ୍ରଥମ ନାମ ଓ ଶେଷ ନାମ ପରିବର୍ତ୍ତନ କରିପାରିବେ। ଏହି ଅବସରରେ ମଙ୍ଗଳବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ୮ ଜଣ କିନ୍ନରଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଧିକାରୀ ଭୋଳାନାଥ ନାୟକ ପରିଚାଳନା କରିଥିଲେ। ସମାଜରେ ଅନ୍ୟମାନଙ୍କ ଭଳି ସେମାନଙ୍କର ସମାନ ଅଧିକାର ରହିବା ପାଇଁ ଓଡିଶା ସରକାର ସ୍ୱିକୃତୀ ଭଳି କାର୍ଯ୍ୟକ୍ରମ ଗତ କିଛିମାସ ହେବ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲାରେ ସାମାଜିକ ସୁରକ୍ଷା ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଜରିଆରରେ କିନ୍ନରମାନଙ୍କୁ ସଂଗଠିତ କରିବା, ସେମାନଙ୍କୁ ନେଇ ଦଳ ଗଠନ କରିବା ଓ ଆଗାମୀ ଦିନରେ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରି ଆତ୍ମନିର୍ଭରଶୀଳ କରିବା ପାଇଁ ଯୋଜନା ହାତକୁ ନିଆଯାଇଛି। ଏହି ସ୍ୱତନ୍ତ୍ର ପରିଚୟ ପତ୍ର କିନ୍ନରମାନଙ୍କୁ ସରକାରୀ ସୁବିଧା ସୁଯୋଗରେ ଯୋଡିବା ପାଇଁ ମଧ୍ୟ ସହାୟକ ହେବ। ପରିଚୟ ପତ୍ର ପାଇଇବା ପରେ ନିଜର ପ୍ରତିକ୍ଷିତ ଆଶା ପୂରଣ ହୋଇଛି ବୋଲି କିନ୍ନର ଚୁମକି, ଅନିତା, ଦିପିକା, ମୌନା ଓ ଚୈତି ପ୍ରମୁଖ ମତବ୍ୟକ୍ତ କରିଛନ୍ତି।

Comments are closed.