ମାଉସୀମା’ ମନ୍ଦିରରୁ ଅହିରାଜ ଉଦ୍ଧାର

ପାତ୍ରପୁର: ପାତ୍ରପୁର ବ୍ଲକ ଜରଡ଼ା ମାଉସୀମା ମନ୍ଦିରରୁ ସୋମବାର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ମାଉସୀମା ମନ୍ଦିର ମଧ୍ୟରେ ଏକ ଅଜଗର ସାପ ଥିବା ନେଇ କିଛିଲୋକ ସାମନ୍ତିଆ ପଲ୍ଲୀ ରେଞ୍ଜରଙ୍କୁ ଖବର ଦେଇଥିଲେ। ରେଞ୍ଜର ରଜତ କୁମାର ମିଶ୍ର, ଫରେଷ୍ଟର ଅବିନାଶ ଚୌଧୁରୀ ତୁରନ୍ତ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ସାପଟି ଅହିରାଜ ବୋଲି ଜାଣିବା ପରେ ସ୍ନେକ୍ ହେଲପ ଲାଇନକୁ ଖବର ଦିଆଯାଇଥିଲା। ସ୍ପେକ୍ ହେଲ୍ପ ଲାଇନର ଆକାଶ ଦାସ, ସ୍ବାଧୀନ ସାହୁ ପ୍ରମୁଖ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ପ୍ରାୟ ୯ ଫୁଟ ହେବ। ପରେ ସାପଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।