କିମ୍‌ ଜଙ୍ଗ ଉନ୍‌ଙ୍କ ମୃତ୍ୟୁ !

ପ୍ୟୋଙ୍ଗୟାଙ୍ଗ : ଉତ୍ତରକୋରିଆର ସର୍ବମାନ୍ୟ ନେତା କିମ୍‌ ଜଙ୍ଗ ଉନ୍‌ଙ୍କ ମୃତ୍ୟୁ ଘଟିଛି। କିମ୍‌ଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ ନିଯୁକ୍ତି ପାଇବାକୁ ଯାଉଥିବା ପ୍ରକାଶ। ଏହା ସତ୍ୟ ହୋଇଥିଲେ ​ୟୋ ହେବେ ଦେଶର ପ୍ରଥମ ମହିଳା ଶାସକ। ଗତ କିଛି ଦିନ ହେଲା ସର୍ବସାଧାରଣରେ ଦେଖାଯାଉ ନ ଥିବା କିମ୍‌ କୋମାରେ ଥିବା ନେଇ ରବିବାର ସୂଚନା ମିଳିଥିଲା। ୨୦୧୧ରୁ କ୍ଷମତାରେ ଥିବା ୩୬ ବର୍ଷୀୟ କିମ୍‌ଙ୍କ ମୃତ୍ୟୁ ନେଇ ଏପ୍ରିଲରେ ଖବର ପ୍ରକାଶ ପାଇଥିଲା; କିନ୍ତୁ କିଛି ଦିନ ଅନ୍ତରରେ ଏକ କାର୍ଯ୍ୟକ୍ରମରେ ତାଙ୍କର ଆବିର୍ଭାବ ଘଟିବା ପରେ ଏ ସମ୍ପର୍କିତ ଆଲୋଚନାର ଅନ୍ତ ଘଟିଥିଲା। ଗତ ମାସରେ ସେ କରୋନା ସଂକ୍ରମିତ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। କିମ୍‌ଙ୍କ ଶରୀରର ଓଜନ ଅତ୍ୟଧିକ ଭାବେ ବଢ଼ିଯାଇଛି ଓ ସେ ବିନା ସହାୟତାରେ ଚଲାବୁଲା ଅବସ୍ଥାରେ ନ ଥିବା ପ୍ରକାଶ। ତାଙ୍କର ଉତ୍ତରାଧିକାରୀଙ୍କୁ ଦାୟିତ୍ବ ହସ୍ତାନ୍ତର ପ୍ରକ୍ରିୟା ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ କିମ୍‌ଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯିବ ନାହିଁ ବୋଲି ସୂଚନା ମିଳିଛି। ଅତୀତରେ କିମ୍‌ ଜଙ୍ଗ ଇଲ୍‌ଙ୍କ ମୃତ୍ୟୁକୁ ପ୍ରାୟ ମାସକ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଥିଲା।

Comments are closed.