ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ; କଟା ମୁଣ୍ଡ ଧରି ଥାନାରେ ହାଜର ହେଲା ଅଭିଯୁକ୍ତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗ୍ରାମର ନୂଆସାହିରେ ସୋମବାର ଗୁଣିଗାରେଡି ସନ୍ଦେହ କରି ଜଣେ ଯୁବକ ସମ୍ପର୍କୀୟ ମାଇଁଙ୍କୁ ହତ୍ୟା କରି କଟା ମୁଣ୍ଡ ସହିତ ଥାନାରେ ଆତ୍ମସମର୍ପଣ କରିଛି। ହତ୍ୟା କରିଥିବା ଅଭିଯୁକ୍ତ ଜଣଙ୍କ ହେଲେ ନୂଆସହିର ବୁଧୁରାମ ସିଂ(୨୨)। ମୃତ ମହିଳା ଜଣଙ୍କ ଚମ୍ପା ସିଂ ଓରଫ ଡେମ୍ପର (୭୦) ।

ସୂଚନା ଅନୁଯାୟୀ, ୫ ଦିନ ପୂର୍ବେ ବୁଧୁରାମ ସିଂର ଝିଅ ମୃତ୍ୟୁ ବରଣ କରିଥିଲା। ସମ୍ପର୍କୀୟ ମାଇଁ ଚମ୍ପା ଗୁଣି ଗାରେଡି କରୁଥିବା ଯୋଗୁ ବୁଧୁରାମ ସିଂର ଝିଅର ମୃତ୍ୟୁ ଘଟିଥିବା ସନ୍ଦେହରେ ଆଜି ପୂର୍ବାହ୍ନରେ ବୁଧୁରାମ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଚମ୍ପାର ମୁଣ୍ଡକୁ କାଟି ଥାନାରେ ଆତ୍ମସମର୍ପଣ କରିଛି। ଏନେଇ ଥାନାରେ ଏକ ମମାଲା ରୁଜୁ ହେବା ସହ ଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ ଟିମ ଦ୍ୱାରା ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.