ନାବଳକକୁ ହତ୍ୟା କଲା ନାବାଳକ

0

ସମ୍ବଲପୁର : ସ୍ଥାନୀୟ ବୁଢାରଜା ସ୍ଥିତ ବିମଳ ହୋତା ଗଳି ଠାରେ ତୁଷାର ରାୱତ (୧୨) ନାମକ ଜଣେ ନାବାଳକକୁ ଛୁରି ଭୁଷି ଆଉ ଜଣେ ନାବାଳକ ଛୁରି ଭୁଷି ହତ୍ୟା କରିଛି । ମିଳିଥିବା ସୁଚନାନୁୁଯାୟୀ, ତୁଷାର ଉତ୍ତରପ୍ରଦେଶ ଚନ୍ଦୋଲି ଜିଲା ସତରାଜି ଗ୍ରାମର ବାସିନ୍ଦା ସ୍ୱର୍ଗତ ଉମେଶ ରାୱତଙ୍କ ପୁତ୍ର ଏବଂ ସେ ସମ୍ବଲପୁରକୁ ଗ୍ରୀଷ୍ମ ଛୁଟିରେ ନିଜ ପିଉସା ରାକେଶ ରାୱତଙ୍କ ଘରକୁ ବୁଲି ଆସିଥିଲେ। ରାକେଶ ରାୱତ ବୁଢାରଜାଠାରେ ଏକ ଲସି ଷ୍ଟଲ କରିଛନ୍ତି। ବିମଳ ହୋତା ଗଳିରେ ଭଡା ରହୁଥିବା ତୁଷାରଙ୍କ ପିଉସାଙ୍କ ଘର ପାଖରେ ସନ୍ଧ୍ୟା ସମୟରେ ତୁଷାର ସାଇକେଲରେ ଯାଉଥିବା ସମୟରେ ପାଖରେ ରହୁଥିବା ଜଣେ ନାବାଳକ ଦେହରେ ସାଇକେଲ ବାଜି ଯାଇଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ହୋଇ ନାବାଳକ ଜଣକ ତାର ଘରକୁ ଯାଇ ଏକ ଛୁରି ଆଣି ତୁଷାରଙ୍କ ଛାତିରେ ଭୁଷି ଦେଇଥିଲା। ତୁଷାରକୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ନେଇ ଅଇଁଠାପାଲି ଥାନାରେ କେଶ ନଂ ୧୪୭/୨୦୧୮ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‍ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାରେ ସମ୍ପୃକ୍ତ ନାବାଳକ ଫେରାର ରହିଛି। ହତ୍ୟାକାଣ୍ଡ ଘଟାଇଥିବା ନାବାଳକର ପିତା ଜଣେ ରିକ୍କସା ଚାଳକ ଏବଂ ଟିଟିଲାଗଡର ବାସିନ୍ଦା।

Leave A Reply