ଦେଶର ଶ୍ରେଷ୍ଠ ୧୦ ଦୌଡକୁଦ ଏକାଡ଼େମୀ ମଧ୍ୟରେ କିଟ୍‌

କଟକ: କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ସଦାସର୍ବଦା ପ୍ରୋତ୍ସାହିତ କରି ଆସୁଥିବା କିଟ୍‌ ଓ କିସ୍ ପ୍ରତିଷ୍ଠାନ ଆଉ ଏକ ଉପଲବ୍ଧି ହାସଲ କରିଛି। କିଟ୍‌ ବିଶ୍ବବିଦ୍ୟାଳୟ ଦୌଡକୁଦ ଏକାଡ଼େମୀ ଦେଶର ଶ୍ରେଷ୍ଠ ୧୦ ଦୌଡ଼କୁଦ ଏକାଡ଼େମୀ ମଧ୍ୟରେ ସ୍ଥାନ ପାଇଛି। ଦି ବ୍ରିଜ୍‌ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ କରାଯାଇଥିବା ଦେଶର ଶ୍ରେଷ୍ଠ ୧୦ ଦୌଡକୁଦ ତାଲିକାର ଶ୍ରେଷ୍ଠ ୪ ସ୍ଥାନରେ ରହିଛି କିଟ୍‌। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ବୃତ୍ତିଗତ କ୍ରୀଡ଼ା ଅନୁଷ୍ଠାନ ହୋଇଥିବାବେଳେ କିଟ୍‌ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ତାଲିକାରେ ସ୍ଥାନ ପାଇଛି।

କିଟ୍‌ ଓ କିସ୍‌ରେ ରହିଛି ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ଭିତ୍ତିଭୂମି। ସର୍ବାଧିକ କ୍ରୀଡ଼ା ଭିତ୍ତିଭୂମି ଥିବା ଦେଶର ଏକମାତ୍ର ଶିକ୍ଷାନୁଷ୍ଠାନ। ଏଠାରୁ କିସ୍‌ ମାଧ୍ୟମରେ ୫ ହଜାରରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇସାରିଲେଣି। ଫୁଟବଲ, ଭଲିବଲ, ରଗ୍‌ବୀ, ହକି, କ୍ରିକେଟ ଓ ଇଣ୍ଡୋର ଷ୍ଟାଡ଼ିୟମ ସହ ସ୍ବତନ୍ତ୍ର ଦୌଡ଼କୁଦ ଟ୍ରାକ୍‌ ଓ ସନ୍ତରଣାଗାର ଥାଇ ଏଠାରେ ୧୬ଟି ଅନ୍ତର୍ଜାତୀୟସ୍ତରର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରହିଛି। ଅଲିମ୍ପିକ୍‌ସରେ ଯେତେ କ୍ରୀଡ଼ା ରହିଛି ସେ ସବୁ ପାଇଁ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ଭିତ୍ତିଭୂମି ଏଠାରେ ରହିଥିବା ବେଳେ ୨୦୨୦ରେ​‌ କିଟ୍‌ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଉଦାହରଣ ସୃଷ୍ଟି କରିଥିଲା। ଜାତୀୟ ରଗ୍‌ବୀର ପ୍ରାୟୋଜକ ଭାବେ ମଧ୍ୟ କିଟ୍‌ ନିଜକୁ ଗର୍ବ ଅନୁଭବ କରେ। ଦୁତି ଚାନ୍ଦ, ଭବାନୀ ଦେବୀଙ୍କ ଭଳି ଅଲିମ୍ପିଆନଙ୍କ ସମେତ ଦେଶର ଶ୍ରେଷ୍ଠ ଦ୍ରୁତ ଧାବକ ଓ ଧାବିକା, ହଡଲ୍ସ, ହେପ୍‌ଟାଥ୍ରେଲନ ଖେଳାଳି ଭାବେ କିଟ୍‌ ଛାତ୍ରଛାତ୍ରୀ ରହିଛନ୍ତି।

Comments are closed.