କିଟ୍‍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷରୁ ଶ୍ରେଷ୍ଠତା

ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା, କିଟ୍‍ ଓ କିସ୍‍

ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅରର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ବର୍ଷକରେ ଥରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିନଟି ଆସିଥାଏ। କୌଣସି ବିଶ୍ୱବିଦ୍ୟାଳୟ ପାଇଁ ଏହା ହେଉଛି ଏକ ବାର୍ଷିକ କାର୍ୟ୍ୟକ୍ରମ। ସମାବର୍ତ୍ତନ ହେଉଛି ବିଶ୍ୱବିଦ୍ୟାଳୟ ଅତୀତର ସଫଳତା ଓ ଭବିଷ୍ୟତ ଲକ୍ଷ୍ୟ ହାସଲ ଯାତ୍ରାର ପ୍ରତିଫଳନ। ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୨୧ତାରିଖରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ତାର ୧୬ତମ ସମାବର୍ତ୍ତନ ଆୟୋଜନ କରିବାକୁ ଯାଉଛି। ଅବଶ୍ୟ କରୋନା ମହାମାରୀ ଯୋଗୁଁ ପୂର୍ବ ବର୍ଷର ସମାବର୍ତ୍ତନଠାରୁ ଚଳିତ ବର୍ଷ ଭିନ୍ନ ଭାବେ ଆୟୋଜନ କରାଯାଉଛି। କରୋନା ନିୟମାବଳୀ ମଧ୍ୟରେ ଚଳିତ ବର୍ଷର ସମାବର୍ତ୍ତନ ଉତ୍ସବକୁ ଯେତେଦୂର ସମ୍ଭବ ସରସ ସୁନ୍ଦର କରିବା ପାଇଁ ଆମେ ପୂର୍ଣ୍ଣପ୍ରାଣରେ ପ୍ରୟାସ କରିଛୁ। ଏହି ଦିନଟି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ବିଗତ ୧୭ ବର୍ଷ ମଧ୍ୟରେ କିଟ୍‍ ଏକ ବିଶ୍ୱବିଦ୍ୟାଳୟ ଏବଂ ୨୩ ବର୍ଷ ମଧ୍ୟରେ ଏକ ଶିକ୍ଷାନୁଷ୍ଠାନ ଭାବେ ଆଶାତୀତ ସଫଳତା ହାସଲ କରିପାରିଛି। କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ସମାବର୍ତ୍ତନ ହେଉଛି ଏକ ନୂତନ ଯାତ୍ରାର ଆରମ୍ଭ।

୨୫ବର୍ଷର କମ୍‍ ଅବଧି ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତ ତଥା ବିଶ୍ୱ ଶୈକ୍ଷିକ ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ୧୯୯୨-୯୩ ମସିହାରେ ମାତ୍ର ୫୦୦୦ଟଙ୍କା (୧୦୦ୟୁଏସ୍‍ ଡ଼ଲାର) ସମ୍ବଳରେ ଆରମ୍ଭ ହୋଇଥିବା କିଟ୍‍ ଧୀରେ ଧୀରେ ଡେଣା ମେଲିବାକୁ ଆରମ୍ଭ କଲା ଏବଂ ୧୯୯୭ ମସିହା ସୁଦ୍ଧା ଏହା ଏକ ଚଳଚଞ୍ଚଳ ଶିକ୍ଷା ପେଣ୍ଠସ୍ଥଳୀରେ ପରିଣତ ହୋଇଥିଲା। ଉତ୍କର୍ଷତା ହେଉଛି କିଟ୍ରୁ ପ୍ରତିବଦ୍ଧତା, ଯାହାକି ୨୦୦୪ ମସିହାରେ କିଟ୍କୁ୍ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାରେ ସହାୟକ ହୋଇଥିଲା। ମାତ୍ର ୬ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାରେ କିଟ୍‍ ହେଉଛି ଭାରତର ଏକ କନିଷ୍ଠ ବିଶ୍ୱବିଦ୍ୟାଳୟ। ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ୨୫ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଦଣ୍ଡାୟମାନ। କିଟ୍‍ ବିଶ୍ୱବିଦ୍ୟାଳୟର ୨୩ଟି ସ୍ୱତନ୍ତ୍ର ସୌନ୍ଦର୍ୟ୍ୟ ଓ ସବୁଜିମାରେ ପରିପୂର୍ଣ୍ଣ କ୍ୟାମ୍ପସ୍ରେଗ ୨୮ଟି ସ୍କୁଲ୍‍ ରହିଛି। ଏଠାରେ ବିଭିନ୍ନ ପ୍ରକାର ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଓ ସ୍ନାତକୋତ୍ତର, ଡକ୍ଟୋରେଟ୍‍ ଓ ପୋଷ୍ଟ ଡକ୍ଟୋରେଟ୍‍ ଶିକ୍ଷା ପ୍ରଦାନ କରାଯାଉଛି। ଆଜି କିଟ୍‍ ଭାରତ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ (ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ଋଜ୍ଞସଦ୍ଭରଦ୍ଭମର)ର ସ୍ୱୀକୃତି ଲାଭ କରିବାର ଗୌରବ ଅର୍ଜନ କରିଛି। ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟର ଅଟଳ ର୍ୟା୍ଙ୍କିଙ୍ଗ ଅଫ୍‍ ଇନଷ୍ଟିଚ୍ୟୁସନସ୍‍ ଅନ୍‍ ଇନୋଭେସନ ଆଚିଭ୍ମେସଣ୍ଟସ୍‍ (ଏଆରଆରଆଇଏ)୨୦୨୦ରେ ଦେଶରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ହାସଲ କରିଛି। ଟାଇମ୍ସଅ ଉଚ୍ଚତର ଶିକ୍ଷା ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଗଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ୍୍‍ ବିଭାଗ ୫୦୧-୬୦୦ ର୍ୟା ଙ୍କ୍‍ ମଧ୍ୟରେ ରହିଛି। ସେହିପରି କିଟ୍ର ଇଞ୍ଜିନିୟରିଂ ଓ ବୈଷୟିକ ପାଠ୍ୟକ୍ରମ ୬୦୧-୮୦୦ ର୍ୟା ଙ୍କ୍‍ ମଧ୍ୟରେ ସ୍ଥାନ ପାଇଛି। ଚଳିତବର୍ଷ କିଟ୍‍ ‘ୱାର୍କପ୍ଲେସ୍‍ ଅଫ୍‍ ଦି ଇୟର’ କ୍ୟଟେଗୋରୀରେ ଟାଇମ୍ସଓ ହାଇଅର ଏଜୁକେସନ୍‍ ପକ୍ଷରୁ ‘ଆୱାଡ୍ର୍ସ ଏସିଆ ୨୦୨୦’ ପୁରସ୍କାର ହାସଲ କରିବାରେ ଭାରତର କେବଳ ଓ ଏକମାତ୍ର ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି।

ଗୋଟିଏ ବିଶ୍ୱବିଦ୍ୟାଳୟ ତା’ର ଗବେଷଣା ଓ ପ୍ରକାଶନ ପାଇଁ ପରିଚିତି ଲାଭ କରିଥାଏ। କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍କୁଲ ପକ୍ଷରୁ ଆନ୍ତଃ ପ୍ରକାଶନ ବ୍ୟତିରେକ ବିଭିନ୍ନ ସ୍କୁଲର ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦ୍ୱାରା ଗବେଷଣାତ୍ମକ ଅଧ୍ୟୟନ ବିଭିନ୍ନ ଖ୍ୟାତି ସମ୍ପନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଛି। ଏହାଛଡ଼ା ସେମାନେ ବିଭିନ୍ନ ପୁସ୍ତକ ରଚନା କରିବା ସହ ଗବେଷଣାତ୍ମକ ପ୍ରକଳ୍ପ, ବିଭିନ୍ନ ଯୁଗ୍ମ ପ୍ରକଳ୍ପରେ ବିଦେଶରେ ଗବେଷଣା ପାଇଁ ଫେଲୋସିପ୍‍ ପାଇ ଆସୁଛନ୍ତ। କିଟ୍‍ ହେଉଛି ଏକମାତ୍ର ବିଶ୍ୱବିଦ୍ୟାଳୟ ଯେଉଁଠିକୁ ୨୨ନୋବେଲ୍‍ ବିଜେତା ପରିଦର୍ଶନରେ ଆସିବା ସହ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି। ଶିକ୍ଷାର ଅନ୍ତର୍ଜାତୀୟକରଣକୁ ଆପଣେଇ କିଟ୍କୁ୨ ବିଶ୍ୱର ଏକ ଉତ୍କର୍ଷ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ସହ ଛାତ୍ର ଶିକ୍ଷକ ବିନିମୟ କାର୍ୟ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ଉଚ୍ଚତର ଅଧ୍ୟୟନ ଓ ମିଳିତ ଗବେଷଣା ନିମନ୍ତେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ୧୦୦ରୁ ଊର୍ଦ୍ଧ୍ବ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି। ଏହାଛଡ଼ା ବିଶ୍ୱରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ସଂଘର ସଦସ୍ୟ ହୋଇପାରିଛି।

କେବଳ ଶିକ୍ଷା ଓ ଗବେଷଣା ନୁହେଁ; କ୍ରୀଡ଼ା କ୍ଷେତ୍ରରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। କିଟ୍ରବ ଛାତ୍ରୀ ଦୂତି ଚାନ୍ଦ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବାବେଳେ ୨୦୧୮ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ କି ୨୦୧୯ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବାର ସଫଳତା ପାଇଥିଲେ। କିଟ୍‍ ଛାତ୍ର ଅମିୟ ମଲ୍ଲିକ୍‍ ହେଉଛନ୍ତି ଭାରତର ଦ୍ରୁତତମ ଧାବକ। କିଟ୍ରେ୍ ଅତ୍ୟାଧୁନିକ ବିଶାଳ କ୍ରୀଡ଼ା ଭିତ୍ତିଭୂମି ରହିଛି।

ଆନୁଷ୍ଠାନିକ ଶିକ୍ଷା ସହ ସମାଜସେବାକୁ ଯୋଡ଼ିବାରେ କିଟ୍‍ ହେଉଛି ବିଶ୍ୱର ଏକ ମାତ୍ର ଶିକ୍ଷାନୁଷ୍ଠାନ। କିଟ୍ରକ ଏହି ମାନବୀୟ ଛବି ଅତି ସୁନ୍ଦର ଭାବେ ଏହାର ଆଉ ଏକ ଅନୁଷ୍ଠାନ କଳିଙ୍ଗ ଇନ୍ଷ୍ଟିଅଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନସେସ୍‍ (କିସ୍‍) ମାଧ୍ୟମରେ ପ୍ରତିଫଳିତ ହୋଇଛି। କିସ୍ରେ ୩୦ହଜାର ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ରହିବା, ଖାଇବା, ସ୍ୱାସ୍ଥ୍ୟସେବା ସହ ପ୍ରାଥମିକସ୍ତର (କେଜି)ରୁ ସ୍ନାତକୋତ୍ତର (ପିଜି) ପର୍ୟ୍ୟନ୍ତ ଶିକ୍ଷା ସବୁକିଛି ସମ୍ପୂର୍ଣ୍ଣ ନିଃଶୁଳ୍କ ଯୋଗାଇ ଦିଆଯାଉଛି। ବିଶ୍ୱର ସର୍ବପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‍ ବିଶ୍ୱବିଦ୍ୟାଳୟକୁ କିଟ୍ରି ଅଂଶୀଦାର ସମୂହ ସହଯୋଗ ଯୋଗାଇ ଦେଇଆସୁଛନ୍ତି। କିଟ୍‍ ୨୦୦୬ ମସିହାରେ କଟକ ଜିଲ୍ଲାର ଏକ ଅଖ୍ୟାତ ଗାଁ କଲରାବାଙ୍କକୁ ଆଦର୍ଶ ଗ୍ରାମରେ ପରିଣତ କରିପାରିଥିଲା ଓ ୨୦୧୬ ମସିହାରେ ଏହା ସ୍ମାର୍ଟ ଭିଲେଜରେ ପରିଣତ ହେଲା। ଏଠାରେ ସମସ୍ତ ପ୍ରକାର ସହରୀ ସୁବିଧା ସୁଯୋଗ ସହ ସମଗ୍ର ମାଣପୁର ପଞ୍ଚାୟତ ଏକ ଆଦର୍ଶ ପଞ୍ଚାୟତରେ ପରିଣତ ହୋଇପାରିଛି। କିଟ୍‍ ଓ କିସ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳଗୁଡ଼ିକ ବିକଶିତ ହୋଇ ଏକ ସମ୍ପୂର୍ଣ୍ଣ ନୂତନ ସହରରେ ପରିଣତ ହୋଇପାରିଛି। କରୋନା ମହାମାରୀର କଠିନ ସମୟରେ ୩ଲକ୍ଷରୁ ଊର୍ଦ୍ଧ୍ବ ଅସହାୟ ଗରିବ ଲୋକଙ୍କୁ କିଟ୍‍ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଓ କରୋନା ମୃତକଙ୍କ ସନ୍ତାନ ସନ୍ତତିଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବୈଷୟିକ ତଥା ବୃତ୍ତିଗତ ପାଠ୍ୟକ୍ରମରେ ମାଗଣା ଶିକ୍ଷାଦାନ ବ୍ୟବସ୍ଥା, ଶତାଧିକ ଅନାଥ ଶିଶୁଙ୍କ ଦାୟିତ୍ୱନେବା ଏବଂ ଭୁବନେଶ୍ୱର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ୧୨ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ୍‍ ସ୍ଥାପନା କରିବା; ଗତ ଏପ୍ରିଲ୍‍ ମାସ ଠାରୁ କିସ୍ର୍ ୩୦ହଜାର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘର ନିକଟରେ ଖାଦ୍ୟ ସାମଗ୍ରୀ ଓ ପାଠ୍ୟୋପକରଣ ପହଞ୍ଚାଇ କିଟ୍‍ କରୋନା ଯୁଦ୍ଧରେ ନିଜକୁ ସକ୍ରିୟଭାବେ ସାମିଲ କରିପାରିଛି।

କିଟ୍ରୋ ଏହି ଦୀର୍ଘ ଯାତ୍ରା ଆମକୁ ମାନବିକତା, ଦୟାଶୀଳ ଏବଂ ସୃଜନଶୀଳତାର ସବୁଠୁ ବଡ଼ ଶିକ୍ଷା ପ୍ରଦାନ କରିଛି। ଶୂନରୁ ଆରମ୍ଭ ହୋଇ ଶୀର୍ଷରେ ପହଞ୍ଚିଥିବା କିଟ୍ରଦ ସଫଳତା ‘କିଛି ବି ଅସମ୍ଭବ ନୁହେଁ’ର ଉଦାହରଣ ସୃଷ୍ଟି କରିପାରିଛି। ମୂଲ୍ୟବୋଧ, ନୀତି ଓ ମାନବିକତା ସହ ସାଲିସ୍‍ ନ କରି ଜଣେ ସଫଳତା ହାସଲ କରିପାରେ ଏବଂ କଠିନ ପରିଶ୍ରମ ବଳରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ। ବର୍ତ୍ତମାନ କରୋନା ମହାମାରୀର ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ କରୋନା ସହ ଲଢ଼େଇ କରୁଥିବା ବେଳେ ଏଥିରେ ଛାତ୍ର ଓ ଯୁବକମାନେ କ’ଣ ହରାଇଲେ ସେଥିପାଇଁ ନୁହେଁ ବରଂ ସେମାନେ ପରିବର୍ତ୍ତନ ଆଣିପାରିଲେ ସେଥିପାଇଁ ୨୦୨୦ ଇତିହାସରେ ଲିପିବଦ୍ଧ ହୋଇରହିବ।

Comments are closed.