ଅନିରସ୍ ଗ୍ରୁପ୍ ଅଫ୍ କମ୍ପାନୀ ଏବଂ ରେଡ୍‌ ସ୍ୱସ୍ତିକ୍ ଓଡ଼ିଶା ଶାଖା ପକ୍ଷରୁ କିଡ୍ସ ଫ୍ୟାସନ୍ ଶୋ

ଶିଶୁ କଳାକାର ଲୋହିତକ୍ଷୟ ପଟ୍ଟନାୟକ ଆମ୍ବାସଡ଼ର

ଭୁବନେଶ୍ୱର: ଅନିରସ୍ ଗ୍ରୁପ୍ ଅଫ୍ କମ୍ପାନୀ ଏବଂ ରେଡ୍‌ ସ୍ୱସ୍ତିକ୍ ଓଡ଼ିଶା ଶାଖାର ମିଳିତ ଉଦ୍ୟମରେ ଅନିର୍ସ କିଡ୍ସ ଫ୍ୟାସନ୍ ନାମକ ଏକ ଅନଲାଇନ୍ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଲିଉଡ୍‌ର ସଫଳ ନାୟକ ତଥା ‘ମୋ କଲେଜ’ ଯୋଜନାର ଅଧ୍ୟକ୍ଷ ଆକାଶ ଦାସ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେଯୋଗଦେଇ ଉଦ୍‌ଘାଟନ କରିଥିଲେ। ଲୋହିତକ୍ଷୟ ପଟ୍ଟନାୟକ (ବଲିଉଡ଼୍ ତଥା ଓଲିଉଡ଼୍ ଶିଶୁ କଳାକାର) ଓଡ଼ିଶାରେ ଏହି ଅନୁଷ୍ଠାନର ଆମ୍ବାସଡ଼ର୍ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବ୍ୟକ୍ତିତ୍ୱ ଓଡ଼ିଶାର ଶିଶୁମାନଙ୍କୁ ଏହି କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରାଯାଉଛି। ଏହା ସହିତ ପ୍ରତିଯୋଗୀ ମାନେ ଡୋଙ୍ଗ୍ୟୁ ଏଣ୍ଟରଟେନମେଣ୍ଟ ଦ୍ୱାରା ମାଗଣା ଅଭିନୟ ଶିକ୍ଷାଲାଭ କରିବାର ସୁଯୋଗ ମଧ୍ୟ ପାଇବା ସହ ଡୋଙ୍ଗ୍ୟୁ ଏଣ୍ଟରଟେନମେଣ୍ଟର ଆଗାମୀ ସିନେମାରେ ଅଭିନୟ କରିବାର ସୁଯୋଗ ପାଇପାରିବେ। ଏଥିପାଇଁ ଓଲିଉଡ୍‌ ପୁରସ୍କାରପ୍ରାପ୍ତ ପ୍ରଯୋଜକ ତଥା ଡୋଙ୍ଗ୍ୟୁ ଏଣ୍ଟରଟେନ୍‌ମେଣ୍ଟର ଶ୍ରୀ ରେଡ୍ଡୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
ରେଡ୍‌ ସ୍ୱସ୍ତିକ ସୋସାଇଟି, ଓଡ଼ିଶାର ଦେବାଶିଷ ପଟ୍ଟନାୟକ ଏବଂ ପୂର୍ବତନ ମିସ୍ ପାସିଫିକ୍ ସୋନିକା ରାୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମିସ୍ ସୋନିକାଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମକୁ ସାରା ଦେଶରେ ଅଗ୍ରଣୀ ହେବାରେ ସହାୟକ ହୋଇଥିବାରୁ ଆମେ ଏହାକୁ ସୋନିକାଙ୍କୁ ବିଶେଷ ସଂସ୍କରଣ ବୋଲି ମଧ୍ୟ ନାମକରଣ କରାଯାଇଛି।
ଅନିରସ୍ କିଡ୍ସ ଫ୍ୟାସନ୍ ଶୋ ସାମାଜିକ ଗଣମାଧ୍ୟମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଲାଇଭ ମାଧ୍ୟମରେ ହେଉଥିବା ଏକ ଅନ୍‌ଲାଇନ୍ ଅନୁଷ୍ଠାନ। ପିଲାମାନେ www.akfs.club ମାଧ୍ୟମରେ ପଞ୍ଜୀକରଣ କରି ଏହି ଅନୁଷ୍ଠାନରେ ଅଂଶଗ୍ରହଣ କରିପାରିବେ। ସମସ୍ତ ପଞ୍ଜୀକୃତ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ବିଭିନ୍ନ ପ୍ରକାର ଜ୍ଞାନ ଆହରଣ କରିବା ସହ, ଶିଶୁପଯୋଗି କାର୍ଯ୍ୟକ୍ରମ ଏବଂ କଳାତ୍ମକ ପରିବେଶର ଶିକ୍ଷାବିତ୍‌ଙ୍କଠାରୁ ଶିକ୍ଷାଗ୍ରହଣ କରିବାର ସୁଯୋଗ ମଧ୍ୟ ପାଇପାରିବେ। ଏକ ଲକ୍ଷ ଠାରୁ ଅଧିକ ପୁରସ୍କାର ରାଶି ଜିତିବାର ସୁଯୋଗ ରହିଥିବା ବେଳେ ପିତାମାତାଙ୍କ ପାଇଁ ତାଙ୍କ ସନ୍ତାନର ମାନସିକ ସ୍ଥିତି ତଥା ଆଗ୍ରହ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିବ। କରୋନା ମହାମାରୀ ସମୟରେ ବହୁ ସଂଖ୍ୟାରେ ଛାତ୍ରୀ ପାଠ ଛାଡ଼ିବା ପାଇଁ ବାଧ୍ୟ ହୋଇଥିବା ବେଳେ ଏହି ପଦକ୍ଷେପ ଆମ ଦେଶକୁ ଉନ୍ନତ ଭାବେ ଗଢି ତୋଳିବାରେ ସହାୟକ ହେବ ବୋଲି ଆମର ଦୃଢ ବିଶ୍ୱାସ ରହିଛି। ଏହା ଆମର ଦ୍ୱିତୀୟ ସଂସ୍କରଣ ଏବଂ ପାଣ୍ଠି ଦେଶର ୧୦୦୦ ଛାତ୍ରୀମାନଙ୍କୁ ସମସାମୟିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ସୂଚନା ଦିଆଯାଇଛି।

Comments are closed.