ସମ୍‍ ଅଲ୍ଟିମେଟ ମେଡିକେୟାରରେ ଦୁଇଟି ସଫଳ କିଡ୍‍ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର : କରୋନା ମହାମାରୀ ଜଟିଳ ପରିସ୍ଥିତିରେ ସମ୍‍ ଅଲ୍ଟିମେଟ୍‍ ମେଡିକେୟାରରେ ଦୁଇଟି କିଡ୍‍ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଉଭୟ ରୋଗୀ ଜଟିଳ କିଡ୍‍ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍‍ କରାଯାଉଥିଲା। ସମସ୍ତ କୋଭିଡ-୧୯ ସଂକ୍ରାନ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଲାଇଭ୍‍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି।
ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‍ରୁ ଡିସ୍‍ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି। ସିନିୟର ୟୁରୋଲୋଜିଷ୍ଟ ଓ କିଡ୍‍ନୀ ପ୍ରତ୍ୟାରୋପଣ ସର୍ଜନ୍‍ ଡଃ ବିଶ୍ୱଜିତ୍‍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‍ନୀ ପ୍ରତ୍ୟାରୋପଣ ଟିମ୍‍ ସାମିଲ୍‍ ଥିଲେ ଏବଂ ସଫଳତାର ସହ କିଡ୍‍ନୀ ପ୍ରତ୍ୟାରୋପଣ କରିଥିଲେ। ଏହି ଟିମ୍‍କୁ ନର୍ସିଂ ଏବଂ କିଡ୍‍ନୀ ପ୍ରତ୍ୟାରୋପଣ ସଂଯୋଜକ ସମସ୍ତ ସହଯୋଗ କରିଥିଲେ।
ସମ୍ମମ୍‍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍‍ ଯାହାକି ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ସ୍ୱତନ୍ତ୍ର ମୋଡୁଲାର୍‍ ଅପରେସନ୍‍ ଥିଏଟର୍‍ ପ୍ରସ୍ତୃତ କରିଛନ୍ତି।

Comments are closed.