ସୁନ୍ଦୁରୀଆରେ କିଡ୍‌ନି ରୋଗର ଆତଙ୍କ: ବର୍ଷକରେ ୧୦ଜଣଙ୍କ ମୃତ୍ୟୁ, ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୫ ରୋଗୀ

କେଶଦୁରାପାଳ : ସୁନ୍ଦୁରୀଆ ଗ୍ରାମରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଏପରିକି ଏକ ବର୍ଷ ମଧ୍ୟରେ କିଡ୍‌ନି ରୋଗରେ ପୀଡ଼ିତ ହୋଇ ୧୦ ରୁ ଅଧିକ ରୋଗୀ ମୃତ୍ୟୁବରଣ କରିଥିବା ବେଳେ ଏବେ ୫ ଜୀବନମୃତ୍ୟୁ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଘଟିଛି ଆନନ୍ଦପୁର ବ୍ଳକ ଅନ୍ତର୍ଗତ ସୁନ୍ଦୁରିଆ ଗାଁରେ। ଏହି ଗାଁର ଲୋକ ସଂଖ୍ୟା ପାଖାପାଖି ଦୁଇ ହଜାର ହୋଇଥିବା ବେଳେ ୨ଟି ନଳକୂପ ଥିବା ଜଣାପଡ଼ିଛି । ଲୋକ ମାନେ ଆଧିବାସୀ ଗରିବଶ୍ରେଣୀର ହୋଇଥିବା ବେଳେ ପରଘରେ କାମ କଲେ ଛୁଆ ମାନଙ୍କ ପେଟକୁ ଦାନା ଯାଏ ଗାଁରେ ଦୁଷିତ ଜଳ ପାନୀୟ ରୂପେ ବ୍ୟବହାର କରି ଲୋକେ କିଡ଼ିନ ରୋଗରେ ପିଡ଼ିତ ହେଉ ଥିବା ଅନୁମାନ କରାଯାଉଛି । କିଡ଼ନ୍‌ ରୋଗରେ ପୀଡ଼ିତ ହେବା ପରେ ସୁନ୍ଦୁରିଆ ଗାଁର ଆଦିବାସୀ ଗରିବ ଲୋକମାନେ ରୋଗୀର ଔଷଧ ଖର୍ଚ୍ଚ ଅର୍ଥ ଅଭାବ ରହୁଛି। ଏଥି ପାଇଁ ସୁନ୍ଦୁରିଆ ଗାଁର କିଡନି ରୋଗୀ ସରକାର ଚିକିତ୍ସା ଅଭାବ ଓ ଅର୍ଥ ଅଭାବରୁ ଚେରମୂଳୀ ଭପରେ ନିର୍ଭର କରବାକୁ ବାଧ୍ୟ ହେଉଛନ୍ତି । ଫଳରେ ଆଦିବାସୀ ଗରିବ ଲୋକମାନଙ୍କ ଜୀବନ ଅକାଳରେ ଚାଲି ଯାଉଥିବା ଜଗନାଥ ନାଏକ, କୈଳାଶ ନାଏକ, ମଇତ ବିନ୍ଧାଣୀ, ପ୍ରମୁଖ ଅଭିଯୋଗ କରିଛନ୍ତି। କିଡ଼ନି ରୋଗୀ ଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଏ ସଂପର୍କରେ ଅନୁଧ୍ୟାନ କରି ନିରାକରଣ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।

Comments are closed.