କିଡ଼୍‌ନୀ ରୋଗୀଙ୍କ ପାଇଁ କରୋନା ଘାତକ: ମାର୍କିିନ ଗବେଷକ

ଚିକାଗୋ: ସାରା ବିଶ୍ବ କରୋନା ମହାମାରୀ ବଳୟରେ ରହିଛି । ଏହାକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ତେବେ କିଡ୍‌ନୀ ପୀଡ଼ିତରୋଗୀଙ୍କ ପାଇଁ କରୋନା ରୋଗ ସର୍ବାଧିକ ଘାତକ ହୋଇଛି । ଆମେରିକାରେ ମୃତ୍ୟୁବରଣ କରିିଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୩୦% କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ ଓ କରୋନା ସେମାନଙ୍କର ଜୀବନ ଅନାୟାସରେ ନେଇଛି ।

ନ୍ୟୁୟର୍କ ହଫ୍‌ଷ୍ଟ୍ରାର ନେଫ୍ରୋଲୋଜି ମୁଖ୍ୟ ଡ.କେନାର୍‌ ଜାଭେରିଙ୍କ ସୂଚନା ଅନୁସାରେ ଆମେରିକାରେ ପ୍ରଥମ ପର୍ଯ୍ୟାୟରେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା  କରୋନା ରୋଗୀଙ୍କ ମଧ୍ୟରୁ ୩୬.୬ ପ୍ରତିଶତ ଗୁରୁତର କିଡ୍‌ନୀ ପୀଡ଼ିତ ଥିଲେ । ଯେତେବେଳ କିଡ୍‌ନୀ ଅକାମି ହୋଇଯାଏ ସେତେବେଳେ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଏ। ସେମାନଙ୍କ ମଧ୍ୟରୁ ୧୪.୩ ପ୍ରତିଶତ ରୋଗୀଙ୍କ ଡାଏଲିସିସ୍‌ ଦରକାର ପଡ଼ିଥାଏ ବୋଲି ଡ.କେନାର୍‌ ଜାଭେରି ପ୍ରକାଶ କରିଛନ୍ତି।

ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ଭୂତାଣୁ ଚିହ୍ନଟପରେ ଚିକିତ୍ସା ପାଇଁ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ କିଡ୍‌ନୀ ରୋଗରେ ପୀଡ଼ିତ ରହିଛନ୍ତି । ସାରା ବିଶ୍ବରେ ହସ୍‌ପିଟାଲ୍‌ଗୁଡ଼ିକରେ କରୋନା ଚିକିତ୍ସା ପାଇଁ ୪.୩ ମିିଲିୟନ୍‌ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ସେଥିମଧ୍ୟରୁ ୨୯୫ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି । କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ସହ କିଡ଼ନୀ ରୋଗ ସେମାନଙ୍କ ପାଇଁ ପ୍ରାଣଘାତୀ ହୋଇଛି ।

ଅଧିକାଂଶ ମୃତକ କୋଭିଡ୍‌-୧୯ରେ ପୀଡ଼ିତ ହେବା ପୂର୍ବରୁ ସେମାନେ ବହୁ ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।  ଫଳରେ ସେମାନେ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବାର ୨୪ଘଣ୍ଟା ମଧ୍ୟରେ ଗୁରୁତର ହୋଇ ପଡ଼ୁଛନ୍ତି । ସେମାନଙ୍କର କିଡ଼ନୀ ଅଚଳ ହୋଇ ଯାଉଛି । ଏପରି ରୋଗୀଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଇଥିଲେ ମଧ୍ୟ ସୁଫଳ ମିଳେନାହିଁ ।

ଏଭଳି ରୋଗୀଙ୍କ ମୃତ୍ୟୁ କୋଭିଡ୍‌-୧୯ ଯୋଗୁ ହୋଇଥିବା ମଧ୍ୟ ସ୍ବତନ୍ତ୍ର ଭାବେ କୁହାଯାଇପାରିବ ନାହିଁ। ତେବେ ମେଡ଼ିକାଲ୍‌ରେ ଭର୍ତ୍ତି କୋଭିଡ୍‌-୧୯ ସହ କିଡ୍‌ନୀ ପୀଡ଼ିତ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ଅଧିକ ବିପଦପୂର୍ଣ୍ଣ ରହିଛି ଓ ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ମୃତ୍ୟୁ ହେଉଛି। ଫଳରେ କରୋନା କିଡ୍‌ନୀ ପୀଡ଼ିତଙ୍କ ପାଇଁ ଘାତକ ସାଜିଛି ବୋଲି  ଡ.କେନାର୍‌ ଜାଭେରି କହିଛନ୍ତି ।

Comments are closed.